ଶେରଗଡ଼,୨୮/୧୧/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି)ଶେରଗଡ ବ୍ଲକ ହେରେକୃଷ୍ଟପୁର ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।ଦୀର୍ଘ ନଅ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବାସହ ବିବାହ ପ୍ରତିଶୃତି ଦେଇ ପ୍ରେମିକ ପ୍ରେମିକା ସହ ଛଳନା କରିଥିଲେ l କିନ୍ତୁ ପ୍ରେମିକ ଗତ ୨୬ ତାରିଖ ଦିନ ଅନ୍ୟତ୍ର ବାହା ହୋଇଥିବା ଖବର ପ୍ରେମିକା ଜାଣି ନ୍ୟାୟ ଦାବିରେ ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଥିବା ଦୃଶ୍ୟ ନଜରକୁ ଆସିଛି l ଏହିଭଳି ସମ୍ବେଦନଶୀଳ ଘଟଣା ଶେରଗଡ଼ ଥାନା ଅନ୍ତର୍ଗତ ତୋଟା ସାହିରେ ଘଟିଛି l ସୂଚନା ଯୋଗ୍ୟ ଯେ ଶେରଗଡ଼ ବ୍ଲକ ହରେକୃଷ୍ଣପୁର ଗ୍ରାମର ଜୟଚଣ୍ଡୀ କଲୋନୀର ୩୫ ବର୍ଷୀୟ ମହିଳା ଝୁନୁ ନାଇକ ଦିନମଜୁରିଆ ଭାବେ କାମ କରି ମା’ ମୋଚିଆଣି ନାଇକ (70)ଙ୍କ ସହ ବସ ବାସ କରୁଥିଲେ l ଶେରଗଡ଼ ଥାନାରେ ଝୁନୁ ନାଇକ କରିଥିବା ଅଭିଯୋଗ ପ୍ରକାରେ ତୋଟା ସାହିର ଗଗନ ବଡ଼ତ୍ୟା (୩୦)(ବାପା ଅଭିମନ୍ୟୁ ବଡ଼ତ୍ୟା)ଦୀର୍ଘ ନଅ ବର୍ଷ ହେଲା ଝୁନୁ ନାଇକଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ କିନ୍ତୁ ପ୍ରତିଶୃତି ରକ୍ଷା ନକରି ସେ ଅନ୍ୟତ୍ର ବାହାହେଲେ l କୌଣସି ନ୍ୟାୟ ନ ପାଇ ଶେଷରେ ଝୁନୁ ପ୍ରେମିକ ଗଗନ ଙ୍କ ଘର ଆଗରେ ଧାରଣା ଦେଇ ନ୍ୟାୟ ଦାବି କରୁଛନ୍ତି l ନ୍ୟାୟ ନ ମିଳିଲେ ଘର ସାମ୍ନାରୁ ହଟିବୁ ନାହିଁ ବୋଲି ବୃଦ୍ଧା ମା ପ୍ରତିକ୍ରିୟା ରଖିଥିବା ବେଳେ ଝିଅ ଝୁନୁ ବିଷ ଖାଇ ଆତ୍ମହତ୍ୟା କରିବି ବୋଲି ପ୍ରତିକ୍ରିୟାରେ ଦର୍ଶାଇଛନ୍ତି l ଧାରଣାରତ ପ୍ରେମିକାକୁ ପୋଲିସ ଥାନାକୁ ନେଇ ପଚରା ଉଚରା ଚଲାଇଛନ୍ତି l ଥାନାରେ 258/21 ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା କଥା ଶେରଗଡ଼ ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି l





