ଚାରି କିଲୋମିଟର ଦୋଳରେ ବୁହା ହେଲେ ରୋଗୀ ।

0
416

ପାତ୍ରପୁର, ୨୯/୧୧/୨୦୨୧ : ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର ବ୍ଳକ ଦୁର୍ଗମ ବୁରାତାଲ ପଞ୍ଚାୟତ କୁରୁଗୁଡ଼ ଗ୍ରାମର ଜଣେ ମହିଳାଙ୍କୁ ଚାରି କିଲୋମିଟର ଦୋଳାରେ ବୁହାହୋଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।
ସୁଚନା ଅନୁସାରେ ଉକ୍ତ ଗ୍ରାମର ମହିଳା ଜଣକ ହେଲେ ଉକ୍ତ ଗ୍ରାମର ରାସ ପ୍ରଧାନ (୪୭) । ଉକ୍ତ ଗ୍ରାମର ରାସଙ୍କ ଦେହ ହଠାତ୍ ଗତକାଲି ବିଳମ୍ବିତ ରାତିରେ ଜ୍ୱର, ଝାଡ଼ା ହେବା ସହ ପାଦ କାମ କରୁନଥିବାରୁ ଆଜି ସକାଳେ ତାଙ୍କୁ ଦୋଳାରେ ପ୍ରାୟ ଚାରି କିଲୋମିଟର ବୁରସାହି ପର୍ଯ୍ୟନ୍ତ ପରିବାର ଓ ଗ୍ରାମବାସୀ ବୋହି ଆଣିଥିଲେ । ପରେ ବୁରସାହିରୁ ଭଡରେ ଟାଟାମେଜିକ୍ ଯୋଗେ ୧ କିମି ଆଙ୍କୁଲି ଗ୍ରାମ ପର୍ଯ୍ୟନ୍ତ ଅଣାଯାଇଥିଲା । ସେଠାରୁ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲ। ଅବସ୍ଥା ଗୁରୁତର ହେବାରୁ ରାସଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରୀତ କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here