ତାରାତାରିଣୀ ପୀଠରେ ଗଞ୍ଜାମ ଓ ଗଜପତି ଜିଲ୍ଲା ସମବାୟବିତ୍ ଙ୍କ ସମ୍ମିଳନୀ ଅନୁଷ୍ଠିତ

0
442

ବ୍ରହ୍ମପୁର,୦୭/୧୨/୨୦୨୧: ଗଞ୍ଜାମ ଓ ଗଜପତି ଜିଲ୍ଲା ର ବରିଷ୍ଠ ସମବାୟବିତ୍ ମାନଙ୍କୁ ନେଇ ଏକ ସମ୍ମିଳନୀ ଦକ୍ଷିଣ ଓଡିଶା ର ଅଧିଷ୍ଠାତ୍ରୀ ଦେବୀ ମାଁ ତାରା ତାରିଣୀ ପୀଠରେ ଅନୁଷ୍ଟିତ ହୋଇଯାଇଛି l ଆୟଜିତ କାର୍ଯ୍ୟକ୍ରମ କୁ ଗଞ୍ଜାମ ଜିଲ୍ଲା ସମବାୟ ସଂଘ ର ପୂର୍ବତନ ସଭାପତି ଶ୍ରୀ ସନାତନ ସଂଗ୍ରାମ ସିଂହ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ସମବାୟ ନିର୍ବାଚନ ପ୍ରସ୍ତୁତି ଓ ସମବାୟ ମାଧ୍ୟମରେ ସରକାର ଙ୍କ ଯୋଜନା ଗୁଡିକ ଜନସାଧାରଣ ପାଖରେ ଯେପରି ପହଞ୍ଚି ପାରିବ, ତାହା ଉପରେ ବିଶେଷ ଆଲୋଚନା ହୋଇଥିଲା । ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିନସ୍ଥ ସମସ୍ତ ସମବାୟ ସମିତି ଯେପରି ଅର୍ଥନୀତିକ ଉନ୍ନତି ଓ ସମସ୍ତ ଗ୍ରାମାଞ୍ଚଳରେ ଏକ ନୂତନ ଦିଗ ଓ ପ୍ରସାର ନିମନ୍ତେ ସମିତି ର ପ୍ରତିନିଧି ମନେ କିପରି ଦାୟିତ୍ୱ ସମ୍ପାଦନ କରିବେ ବିଶେଷ ଭାବରେ ଗୁରୁତ୍ଵ ଦିଆଯାଇଥିଲା।ସମବାୟ ସମିତି ମୂଳ ଲକ୍ଷ୍ୟ ଜନସାଧାରଣ ଙ୍କ ଅର୍ଥନୈତିକ ବିକାଶ ଦିଗରେ ନୂତନ ଦିଗ୍ ଦର୍ଶନ କରିବା ସହ ରାଜ୍ୟ ସରକାର ସମବାୟ ବିକାଶ କ୍ଷେତ୍ରରେ ସମବାୟ ଆନ୍ଦୋଳନ କୁ ଅଗ୍ରସର କରି ରାଜନୀତି ବ୍ୟକ୍ତି କିପରି ସୁଚାରୁ ରୂପେ ତୁଲାଇବେ ତାହା ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା l ସମସ୍ତ ବିଷୟରେ ଆଲୋଚନା ପରେ ଏକ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି l ଉକ୍ତ କମିଟି ରେ ସଭାପତି ଭାବେ ସୂର୍ଯ୍ୟକାନ୍ତ ପରିଡା,ସାଧାରଣ ସମ୍ପାଦକ ଭାବେ ସନାତନ ସଂଗ୍ରାମ ସିଂହ ରହିଥିବା ବେଳେ କାର୍ଯ୍ୟକ୍ରମରେ ଉପସଭାପତି କୈଳାଶ ରଣା,ବିପ୍ର ବାରିକ, ପ୍ରଦୀପ ନାୟକ, ଉପଦେଷ୍ଟା ଭାବେ ସିମାଞ୍ଚଳ ପାଢି, ବିରେନ୍ଦ୍ର ପ୍ରସାଦ ଆରୁଖ, ହୀନ ବେହେରା ଟି. ପ୍ରସାଦ ଦୋରା, ସମ୍ପାଦକ ଭାବେ ଦଣ୍ଡପାଣି ସାହୁ, ଅଜୟ ମହାରଣା, ଦିଲୀପ ପାତ୍ର, ଆର୍. ରାମ ପ୍ରସାଦ,
ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମି ଗମାଙ୍ଗ,ଦୀପକ ସାମନ୍ତ,ଏବଂ ପରାମର୍ଶ ଦାତା ଭାବେ ପ୍ରସାଦ ରାଓ, ସୁରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କାର୍ତିକ ପରିଡା,ପ୍ରଦୀପ ନାୟକ,ଶ୍ରୀମତୀ ସି.ହେଚ. ତାରିକେଶ୍ୱରୀ ଯୋଗ ଦେଇଥିବାବେଳେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବହୁ ସମବାୟ ବିତ୍ ସମ୍ମିଳନୀ ରେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ସେହିଭଳି କାର୍ଯ୍ୟକ୍ରମ ରେ ଗଞ୍ଜାମ ଓ ଗଜପତି ଉଭୟ ଜିଲ୍ଲାରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ ବିଜୁ ଜନତା ଦଳ ସମର୍ଥିତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ l

LEAVE A REPLY

Please enter your comment!
Please enter your name here