ପୋଷାକ ବଣ୍ଟନ ଓ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ

0
286

ବୁଗୁଡା, ୧୪/୧୨/୨୦୨୧: ଡିସେମ୍ବର ୧୪ ତାରିଖ ଦିନ ବୁଗୁଡା ପିପୁଲସ ହାଇ ସ୍କୁଲରେ ପୋଷାକ ଓ ଜୋତା ବଣ୍ଟନ ମେଳା ଏବଂ ସୋଲଣ୍ଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିପୁଲସ ହାଇ ସ୍କୁଲରେ ଅନୁଷ୍ଠିତ ପୋଷାକ ବଣ୍ଟନ ମେଳାରେ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ତଥା ପୋଲସରା ବିଇଓ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିବା କାଳୀଚରଣ ବେହେରା ଅଧ୍ୟକ୍ଷତା କରିଥିଲେ। ଅତିଥିଭାବେ ଏସଏମସି ସଭାନେତ୍ରୀ ସୁଜାତା ପାଢ଼ୀ, ସିଆରସିସ ପ୍ରତାପ କୁମାର ଖଡଙ୍ଗା ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ ଯୋଗଦେଇ ୧୪୨ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ବିଦ୍ୟାଳୟର ଶିକ୍ଷକ କାହ୍ନୁ ଚରଣ ଗୌଡ଼, ବିଶ୍ୱେଶ୍ୱର ଗିରି ଓ ତପନ କୁମାର ପାଢୀ ଏବଂ ଶିକ୍ଷୟିତ୍ରୀ ଉଷାରାଣୀ ସିଂହ, ସସ୍ମିତା ମହାରଣା, ସସ୍ମିତା ତ୍ରିପାଠୀ, ଭାରତୀ ମହାନ୍ତି, ସୁଚିଶ୍ମିତା ପଟ୍ଟନାୟକ, ସୁଚିଶ୍ମିତା ବିଷୋୟୀ ପ୍ରମୁଖ ମେଳା ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ସୋଲଣ୍ଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଓପେପା ଲୋଗ ଅଙ୍କନ କରାଯାଇ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଲୋଗୋ ଉନ୍ମୋଚିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ସେଠୀଙ୍କ ସମେତ ଏସଏମସି ସଭାପତି କୃଷ୍ଣଚନ୍ଦ୍ର ସ୍ବାଇଁ, ଶିକ୍ଷକ ଗୋପାଳ କୃଷ୍ଣ ପଣ୍ଡା, ଶିକ୍ଷୟିତ୍ରୀ ରେଜିନା ସେଠୀ ଓ ମମତା ପଣ୍ଡା ଉପସ୍ଥିତ ଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here