ପୋଖରୀ ପାଣିରେ ବୁଡି ତିନି ବର୍ଷର ଶିଶୁଙ୍କ ମୃତ୍ୟୁ

0
252

ପୋଲସରା ,୧୫/୧୨/୨୦୨୧: ପୋଲସରା ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ୩ ବର୍ଷର ଶିଶୁ ରଞ୍ଜିତ ବିଷୋୟୀ ଗ୍ରାମର ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ରଞ୍ଜିତ ଘରେ ନଥିବା ଜାଣିବା ପରେ ପରିବାର ଲୋକେ ବହୁ ସମୟ ଧରି ବିଭିନ୍ନ ସ୍ଥାନରେ ଖୋଜିବା ପରେ ପୋଖରିକୁ ଯାଇ ପାଣି ଭିତରୁ ରଞ୍ଜିତ ଙ୍କୁ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ରଞ୍ଜିତଙ୍କୁ ଚିକିତ୍ସା ପାଇଁ ପୋଲସରା ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ହେଲେ ଶିଶୁ ରଞ୍ଜିତ ବିଷୋୟୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲସରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଯାଇଥିବା ଜଣାପଡିଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here