ବ୍ରହ୍ମପୁର,୨୬/୧୨/୨୦୨୧:
ଓଡ଼ିଶାର ମହାମହିମ ରାଜ୍ୟପାଳ ଗଣେସି ଲାଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିବା ମାସିକ ମେଗାଜିନ “ଚେତାବନୀ”କୁ ସାର୍ବଜନୀନ କରାଯାଇଛି। କୋଭିଡ଼ କଟକଣା ମଧ୍ୟରେ ଆୟୋଜିତ ସାମ୍ବାଦିକ ସମିଳନୀରେ ସହରର ବହୁ ସାମ୍ବାଦିକ ଉପସ୍ଥିତ ଥିଲେ। ମେଗାଜିନର ସାର୍ବଜନୀନ କରିବା ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ ଦୈନିକ ସକାଳ ଖବରକାଗଜର ସଂସ୍କରଣ ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର ଅତିଥି ରୂପେ ଯୋଗଦେଇ ଚେତାବନୀ ପତ୍ରିକାର ଲୋକାର୍ପଣ କରିଥିଲେ। ସାଙ୍ଗ ସାଥି ଆତ୍ମୀୟସ୍ୱଜନଙ୍କ ଗହଣରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ, କାର୍ଯ୍ୟକାରୀ ସମ୍ପାଦକ ପ୍ରଣୟ ପଣ୍ଡା ଏବଂ ଭାଷା ସଂକଳକ ଗୋକୁଳନନ୍ଦ ତ୍ରିପାଠୀ ମଞ୍ଚାସୀନ ଥିବା ବେଳେ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ, ଶକ୍ତିଧର ରାଜଗୁରୁ, ଅଶୋକ ବ୍ରହ୍ମା, ଗୋପାଳ ପଟ୍ଟନାୟକ, ରାଧାଶ୍ୟାମ ଆଚାର୍ଯ୍ୟ, ସମୀର ଆଚାର୍ଯ୍ୟ, ନାରାୟଣ ମହାଙ୍କଡ଼,ବିନୋଦ ପଟ୍ଟନାୟକ,ହେମାଙ୍ଗ ରାଉଳ, ଦେବହରି ବେହେରା, ସାରୋଜ ସିଂ, ଡ଼ି.ନାଗରାଜୁ, ଅନିଲ ଚୌଧୁରୀ, ଦିଗାମ୍ବର ମହାରଣା, ସତ୍ୟ ଚେତନ ପରିଡା, ପିତାମ୍ବର ନାହାକ, ସ୍ୱାଧୀନ ସାହୁ, ଗୌରାଙ୍ଗ ଚୌଧୁରୀ, ନାରାୟଣ ଚୌଧୁରୀ, ମନୋଜ ପଣ୍ଡା, ଲଲଟେନ୍ଦୁ ଚୌଧୁରୀ, କୈଳାସ ବେହେରା, ଗୋରୀ ଶଙ୍କର ମିଶ୍ର, ଲିକୁ ଡାକୁଆ, ଦୀପକ ପଣ୍ଡା, ଲାଲ ମୋହନ ପଟ୍ଟନାୟକ, ଶଙ୍କର ରଣା, ପିଣ୍ଟୁ ବେହେରା, ଆଡ଼ଭୋକେଟ କୁନାଲ ସାହୁ, ରାଜେଶ ସାହୁ, ଅଭିରାମ ପାତ୍ର,କୁନା ମିଶ୍ର, ସୂର୍ଯ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।