ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳିତ

0
577

ବ୍ରହ୍ମପୁର,୨୬/୧୨/୨୦୨୧:
ବିଜେଡ଼ି ର ରୋପ୍ୟ ଜୟନ୍ତୀ ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଖଜୁରୀଆ ସ୍ଥିତ ଚନ୍ଦ୍ରଚୁଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳନ ହୋଇ ଯାଇଛି। ଏହି ଅବସରରେ ବ୍ଲକ ଓ ସହରାଞ୍ଚଳର ନେତା ମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରତିଷ୍ଠା ଦିବସରେ ଦଳର ସଫଳତାକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ନେତା ଓ କର୍ମୀମାନେ ସଙ୍କଳ୍ପ ନେବେ ବୋଲି ଶ୍ରୀ ଦାସ କହିଛନ୍ତି। ପ୍ରତିଷ୍ଠା ଦିବସ ଠାରୁ ଦଳ ପକ୍ଷରୁ ବର୍ଷବ୍ୟାପୀ ସାଙ୍ଗଠନିକ ଓ ସମାଜସେବା କାର୍ଯ୍ୟକ୍ରମ କରାଯିବ। ଏହିଦଳ ରାଜନୈତିକ ଦଳ ନହୋଇ ସାମାଜିକ ଆନ୍ଦୋଳନର ଦଳ ଭାବେ ପରିଗଣିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ଅଧିକ ନିକଟତର ହେବା, ଦଳୀୟ ଏକତା ଓ ଶୃଙ୍ଖଳା ବଜାୟ ରଖି ନିଷ୍ଠାର ସହିତ ରାଜ୍ୟବାସୀଙ୍କ ନିକଟରେ ନିଜକୁ ସମର୍ପିତ କରିବା ନେଇ ଦଳୀୟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି। ପ୍ରତିଷ୍ଠା ଦିବସ ଅବସରରେ ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରି କାମ କରିବାକୁ ସଦସ୍ୟମାନେ ଶପଥ ନେବେ। ନୂଆ ବର୍ଷକୁ ସ୍ୱାଗତ କରିବା ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ପାଳୁଛି ଏହାର ଜନ୍ମଦିନ। ବିଜେଡିକୁ ୨୪ ପୂରି ୨୫ ଚାଲିଲା। ବିଜୁ ବାବୁଙ୍କ ପରେ ତାଙ୍କ ନାମକୁ ନେଇ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ବିଜେଡି ଗତ ୨୪ବର୍ଷ ଭିତରେ ସକଳ ଆହ୍ୱାନ ଏବଂ ଅଜସ୍ର ପ୍ରତିବନ୍ଧକ ଭିତରେ ବି ରାଜ୍ୟର ସର୍ବ ଶକ୍ତିମାନ ଦଳ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଏବେ ବିଜେଡିର ସବୁଠୁ ବଡ ସମ୍ପଦ। ଏପର୍ଯ୍ୟନ୍ତ କୌଣସି ବିରୋଧୀ ନବୀନଙ୍କ ବିକଳ୍ପ ସୃଷ୍ଟି କରିପାରି ନାହାନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।ରାଜ୍ୟରେ ଶକ୍ତିଶାଳୀ ଆଞ୍ଚଳିକ ରାଜନୈତିକ ଦଳ ଭାବେ ପ୍ରତିଷ୍ଠିତ ହେବା ପଛରେ ରହିଛି ଜନତାଙ୍କ ସମର୍ଥନ। ତଥାପି ନବୀନ ରାଜନୀତିରେ ଏବେ ସର୍ବଶକ୍ତିମାନ। କ୍ରମାଗତ ଭାବେ ବିଜେଡି ପଞ୍ଚମ ଥର କ୍ଷମତାସୀନ ହେବା ଏବଂ ନବୀନ ମୁଖ୍ୟମନ୍ତ୍ରୀ ହେବା ପଛରେ ରହିଛି ସ୍ୱଚ୍ଛ ଶାସନ ଏବଂ ଦୁର୍ନୀତିମୁକ୍ତ ଚେହେରା ଯାହା ନବୀନଙ୍କୁ କ୍ରମାଗତ କ୍ଷମତାସୀନ କରାଇପାରିଛି। ଅନ୍ୟତମ ଅତିଥି ଭାବେ ମୂଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସ, ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସିଏଚ.ଭରତ, ବ୍ଲକବିଜେଡ଼ି ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡ଼ି ସଭାପତି ଅଜିତ ଦାସ, ମହିଳା ସଭାନେତ୍ରୀ ପି.କମଳାରେଡ୍ଡୀ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର କୋଠୀଆ, ଜିଲ୍ଲା ବିଜେଡ଼ି ଉପସଭାପତି ସିଏଚ. ଦିଲେଶ୍ଵର ରେଡ୍ଡୀ, ବ୍ଲକ ଅଧ୍ୟକ୍ଷା ଚିନି. ଉଷାରାଣୀ, ଜିଲ୍ଲାପରିଷଦ ସଭ୍ୟା ତଥା ରାଜ୍ୟ ମହିଳା ସମ୍ପାଦକ ମଞ୍ଜୁଶ୍ରୀ ଦଳାଇ, ବ୍ଲକ ଉପସଭାପତି ପ୍ରକାଶ ସାମନ୍ତ, ବ୍ଲକ କୋଷାଧ୍ୟକ୍ଷ ନୀଳ ମାଧବ ପାତ୍ର, ବରିଷ୍ଠ ନେତା ଦୀପକ ସାମନ୍ତ, ବରିଷ୍ଠ ନେତା ଜଗନ୍ନାଥ ସାବତ,କେଳୁଆପଲ୍ଲୀ ସରପଞ୍ଚ ବିଷ୍ଣୁପ୍ରୟା ନାୟକ, ଯୁବନେତା ବାଲ୍ୟ ରାମ ଦଳେଇ,ଯୁବନେତା ଅଜିତ ରାଉଳ, ଦଣ୍ଡ ପାଣିଗ୍ରାହୀ, ଜିତେନ୍ଦ୍ର ରାଉଳ,ଅଭୟ ସାହୁ, ଦଣ୍ଡ ସାହୁ, ଡି. ଚିନ୍ତାମଣି, ପ୍ରକାଶ ଚନ୍ଦ୍ର ରଣା, ଏଚ. ମୋହନ ରାଓ, ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here