ଏଯାଏଁ ଧାନ ମଣ୍ଡି ଖୋଲିନି,ଚିନ୍ତା ରେ ଶେରଗଡ ଚାଷୀ

0
305

ଶେରଗଡ,୨୭/୧୨/୨୦୨୧: ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ର ଚାଷୀମାନେ ଦୁଃଶ୍ଚିନ୍ତା ମଧ୍ୟରେ ଜୀବନ ଅତିବାହିତ କରୁଥିବା ଜଣାପଡିଛି।ଅଦିନିଆ ବର୍ଷାରେ ଚାଷୀର ବ୍ଯାପକ ଧାନ ଫସଲ କ୍ଷତି ଘଟିଛି।ଯାହା କିଛି ପାଣିରୁ ସାଉଁଟି ଆଣି ସୁଖାଇ ମଳିଅମଳ କରି ବସ୍ତା ବାନ୍ଧି ରଖିଛି ମଣ୍ଡି କୁ ଦେବାକୁ କିନ୍ତୁ ଶେରଗଡ ବ୍ଳକ କୌଣସି ପଂଚାୟତ କିମ୍ବା ଗ୍ରାମରେ ଏଯାଏଁ ମଣ୍ଡି ଖୋଲାଯାଇନାହିଁ।ଏଣେ ଚାଷୀ ର ସାଇତା ଧାନକୁ ମୂଷା କୀଟ ପତଙ୍ଗ ବ୍ଯାପକ କ୍ଷତି କରୁଥିବା ଜଣାପଡିଛି ।ଅନ୍ଯପକ୍ଷରେ ବାହାରର ଓ ଆନ୍ଧ୍ର ଧାନ ବେପାରୀ ମାନେ ଚାଷୀ ଙ୍କ ଠାରୁ କମ୍ ଦରରେ ଧାନ କିଣି ନେଉଛନ୍ତି। ଏହି ଅଂଚଳ ରେ ତୁରନ୍ତ ସରକାରଙ୍କ ପକ୍ଷରୁ ଧାନ ମଣ୍ଡି ଖୋଲି ଚାଷୀ ସମସ୍ତ ଧାନ କିଣିବାକୁ ଦାବି ହେଉଛି। (ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି )

LEAVE A REPLY

Please enter your comment!
Please enter your name here