ରାଜ୍ୟ ସରକାରଙ୍କ ନୂଆ ବର୍ଷ ର ଭେଟି, ଶିକ୍ଷକମାନଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ

0
272

ଭୂବନେଶ୍ୱର,୩୧/୧୨/୨୦୨୧:
ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ କରିଲେ ରାଜ୍ୟ ସରକାର। ୨୦୨୨ରୁ ଏହି ସପ୍ତମ ବେତନ କମିଶନ ଲାଗୁ ହେବ।ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହୋଇଛି ଏଥିରେ୨୬ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ । ୨୦୨୨ରୁ ଏହି ସପ୍ତମ ବେତନ କମିଶନ ଲାଗୁ ହେବ । ଏଥିପାଇଁ ସରକାର ବାର୍ଷିକ ୧୨୬ କୋଟି ଟଙ୍କା ଖର୍ଚ୍ଚ କରିବେ । ଏନେଇ କ୍ୟାବିନେଟ୍ ବୈଠକରେ ମୋହର ବାଜିଛି । ସେହିଭଳି  ଅନୁଦାନପ୍ରାପ୍ତ ଘରୋଇ କଲେଜର ଶିକ୍ଷକ ଓ ଅଣଶିକ୍ଷକ ମଧ୍ୟ ସପ୍ତମ ବେତନ କମିଶନ ଦ୍ୱାରା ଉପକୃତ ହେବେ । ୧୫,୬୬୪ ଜଣ କଲେଜ ଶିକ୍ଷକ ଓ ଅଣଶିକ୍ଷକ ଏଥିରେ ଉପକୃତ ହେବେ । ଏଥିପାଇଁ ୧୬୬କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ ।

LEAVE A REPLY

Please enter your comment!
Please enter your name here