ବୁଗୁଡା, ୦୫/୦୧/୨୦୨୨: ବୁଗୁଡା ନିକଟସ୍ଥ ବାଘୁଆ ମଧ୍ୟମ ଜଳଭଣ୍ଡାରରୁ ରବି ଫସଲ ଚାଷ ପାଇଁ ୫ ଟି ପର୍ଯ୍ୟାୟରେ ବାଘୁଆ ପ୍ରଥମ ଷ୍ଟେଜ ଓ ଦ୍ଵିତୀୟ ଷ୍ଟେଜ କେନାଲରେ ପାଣିଛଡ଼ାଯିବ ବୋଲି ବାଘୁଆ ଜଳସେଚନ ଉପ ପ୍ରଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁ ପ୍ରକାଶ କରିଛନ୍ତି। ରବି ଫସଲ ପାଇଁ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ପ୍ରକାରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଜାନୁୟାରୀ ୧୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ କେନାଲରେ ପାଣିଛଡ଼ାଯିବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ଫେବୃଆରୀ ୦୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ, ତୃତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୦୧ ତାରିଖରୁ ୦୫ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ, ଚତୁର୍ଥ ପର୍ଯ୍ୟାୟରେ ମାର୍ଚ୍ଚ ୨୮ ତାରିଖ ରୁ ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ୧୬ ଦିନ ପାଇଁ ଏବଂ ପଞ୍ଚମ ପର୍ଯ୍ୟାୟ ରେ ଏପ୍ରିଲ ୨୭ ତାରିଖ ରୁ ମଇ ୦୧ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ କେନାଲରେ ଜଳ ଯୋଗାଇ ଦିଆଯିବ। ସହକାରୀ ଯନ୍ତ୍ରୀ ଇଂ କେଶବ ଖଟେଇ ବାଘୁଆ ଜଳଭଣ୍ଡାରରେ ୧୧୧.୭୫ ଉଚ୍ଚତାରେ ୧୫୬୨.୧୬ ହେକ୍ଟମିଟର ଜଳ ଗଚ୍ଛିତ ଥିବା ବେଳେ ପ୍ରଥମ ଷ୍ଟେଜ ର ୨୦ କିମି ଓ ଦ୍ଵିତୀୟ ଷ୍ଟେଜ ର ୧୩.୧୫ କିମି ପର୍ଯ୍ୟନ୍ତ ଜଳସେଚିତ ହୋଇପାଇବ ବୋଲି ପ୍ରକାଶ କାଇଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା