ଗଜପତି ଷ୍ଟାଡିୟମ ଠାରେ ଅଜଣା ହେଲିକପ୍ଟର ଲ୍ୟାଣ୍ଡ ପାଇଁ ଉଦ୍ୟମ

0
979

ଗଜପତି,୦୮/୦୧/୨୦୨୨: ଗଜପତି ଷ୍ଟାଡିୟମ ଠାରେ ଅଜଣା ହେଲିକପ୍ଟର ଲ୍ୟାଣ୍ଡ ପାଇଁ ଉଦ୍ୟମ। ପଡ଼ିଆରେ ପିଲାଙ୍କ ଭିଡ଼ ଦେଖି ପୁଣି ଫେରିଗଲା। ଦୁଇ ଥର ଲ୍ୟାଣ୍ଡ ପାଇଁ ଉଦ୍ୟମ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ସଫଳ ହୋଇନଥିଲା। ତେବେ ଭାରତୀୟ ବାୟୁସେନାର ହେଲିକପ୍ଟର ବୋଲି ଅନୁମାନ କରାଯାଉଛି। ଅପରାହ୍ନରେ ସମୟ ପ୍ରାୟ ୪ଟା ୩୦ ସମୟରେ ହେଲିକପ୍ଟରଟି ପ୍ରଥମେ କଲେଜ ପଡ଼ିଆ ଉପରେ ଚକର ମାରିଥିଲା। ପରବର୍ତ୍ତୀ ସମୟରେ ଗଜପତି ଷ୍ଟାଡିୟମକୁ ଆସି ପ୍ରଥମେ ଲ୍ୟାଣ୍ଡ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ପଡ଼ିଆରେ ପିଲାଙ୍କ ଭିଡ଼ ଦେଖି ଫେରିଥଲା କିଛି ସମୟ ପରେ ପୁଣି ଷ୍ଡାଡିଅମ ଉପରକୁ ଆସି ଭୂମି ଠାରୁ ମାତ୍ର ୫/୬ ଫୁଟ ତଳକୁ ଆସିଥିଲା ତଥାପି କିଛି ପିଲା ପଡ଼ିଆରୁ ବାହାରକୁ ଯାଇ ପାରିନଥିବା ଦେଖି ଲ୍ୟାଣ୍ଡ କରିପାରିନଥିଲା ହେଲିକପ୍ଟର। ଏବଂ ଆନ୍ଧ୍ରପ୍ରଦେଶ ଦିଗକୁ ଚାଲିଯାଇଥିଲା।
ରିପୋର୍ଟ:ପ୍ରଭାତ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here