ପୋଡ଼ାମାରୀ ପଂଚାୟତବାସୀଙ୍କ ସାଧାରଣ ବୈଠକ । ବିଜେଡି ପକ୍ଷରୁ ସମିତିସଭ୍ୟା ଓ ସରପଞ୍ଚ ପ୍ରାର୍ଥୀ ଚୟନ କଲେ ସମର୍ଥକ

0
524

ବ୍ରହ୍ମପୁର , ୧୧ /୦୧ /୨୦୨୨: ପଂଚାୟତ ନିର୍ବାଚନ ନେଇ ସରକାରଙ୍କ ତାରିଖ ଘୋଷଣା ଓ ଆଚରଣବିଧି ଲାଗୁ ପାଇଁ ତତ୍ପର ଥିଲାବେଳେ ସାନଖେମୁଣ୍ଡି ଅଞ୍ଚଳ ପଂଚାୟତ ପ୍ରତିନିଧିଙ୍କ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ସମ୍ପ୍ରତି ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପତିଆରାରେ ବାଧା ସୃଷ୍ଟି କରିଛି । ସମିତି ହାତେଇବା ଲକ୍ଷ୍ୟରେ ଶାସକଦଳଙ୍କ ସହ ସ୍ଥାନୀୟ ପ୍ରସାଶନର ମଧୁଚନ୍ଦ୍ରିକା ନେଇ ସାଧାରଣରେ ଚାପା ଅସନ୍ତୋଷ ସୃଷ୍ଟି ହେଉଥିବା ବେଳେ ସାନଖେମୁଣ୍ଡି ପଞ୍ଚାୟତ ନିର୍ବାଚନକୁ ନେଇ ତୃତୀୟ ମହଲା ସ୍ବତନ୍ତ୍ ରଣନୀତି ପ୍ରସ୍ତୁତିରେ ରହିଥିବା ଅନୁମାନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ଗତ ନିର୍ବାଚନରେ ପୋଡାମାରି ପଂଚାୟତ ଦଖଲକୁ ନେଇ ପଞ୍ଚାୟତର ବିକାଶକୁ ବହୁଗୁଣିତ କରିଥିବା ବିଜେଡି ସମର୍ଥିତ ମହିଳା ସରପଞ୍ଚ ଭାଗ୍ୟଶ୍ରୀ ବିଶୋୟୀ ପଞ୍ଚାୟତକୁ ରାଜ୍ୟସ୍ତରରେ ସୁନାମ ଆଣିଥିବା ବେଳେ ସମ୍ପ୍ରତି ହେବାକୁ ଥିବା ନିର୍ବାଚନରେ ପୁଣି ସରପଞ୍ଚଙ୍କ ପ୍ରତି ଆସ୍ଥା ପ୍ରକଟ ସହ ସଂରକ୍ଷଣ ଦୃଷ୍ଟିରୁ ସାଧାରଣବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସରପଞ୍ଚ ପଦବୀ ପାଇଁ ଭାଗ୍ୟଶ୍ରୀଙ୍କ ସ୍ବାମୀ ତଥା ବ୍ଲକ୍ ଯୁବ ବିଜେଡି ସଭାପତି ସନ୍ତୋଷ ବିଷୋୟୀଙ୍କ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ଏହା ସହିତ ସମିତିସଭ୍ୟା ଭାବେ ବିଜେଡି ସମର୍ଥନରେ ପି , ଚନ୍ଦ୍ରମା ପାତ୍ରଙ୍କୁ ଚୟନ କରିଥିବା ଜଣା ଯାଇଅଛି ।
ମିଳିଥିବା ସୂଚନା ପ୍ରକାରେ ପୋଡାମାରି ସ୍ଥିତ ଗ୍ରାମଦେବତୀ ଠାକୁରାଣୀ ମନ୍ଦିର ପରିସରରେ ପାଖାପାଖି ଦୁଇ ହଜାର ମହିଳା ଓ ପୁରୁଷଙ୍କ ସମାବେଶରେ ଆୟୋଜିତ ଏକ ସାଧାରଣ ବୈଠକର ଆୟୋଜନ ସହ ଉଭୟ ପ୍ରାର୍ଥୀଙ୍କୁ ଚୟନ କରାଯାଇ ସମ୍ବର୍ଦ୍ଧିତ କରିଛନ୍ତି । ଅଞ୍ଚଳ ବିଜେଡ଼ି ଛାମୁଆଁ ସଂଗଠକ ବୃନ୍ଦାବନ ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଦଳୀୟ ସଂଗଠକ ତଥା ଓକିଲ ଚନ୍ଦ୍ରଧ୍ଵଜ ସିଂଙ୍କ ସଂଯୋଜନା କରି ସାଂପ୍ରତିକ ସମୟରେ ପୋଡାମାରିର ସାମୁହିକ ବିକାଶରେ ସାଧାରଣ ଭାଗିଦାରୀକୁ ନେଇ ପଞ୍ଚାୟତବାସୀଙ୍କୁ ସାବାସି ଦେବା ସହିତ ପଞ୍ଚାୟତର ସୁନାମକୁ ଗୁରୁତ୍ୱାରୋପ କରିଥିଲେ । ପାଞ୍ଚବର୍ଷରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବିଶେଷରେ ଉଦାହରଣ ଦେଇ ଶିକ୍ଷା , ସ୍ବାସ୍ଥ୍ୟ , ଗମନାଗମନ ସହ ମହିଳା ସଶକ୍ତିକରଣ ଓ ସ୍ୱଚ୍ଛ ପରିମଳ ଦିଗରେ ପଞ୍ଚାୟତର ଅଗ୍ରଗତିକୁ ଅବତାରଣା କରିଥିଲେ । ଆୟୋଜିତ ବୈଠକକୁ ଡି , ଦଣ୍ଡାସୀ ପାତ୍ର ପୌରହିତ୍ୟ କରି ସର୍ବସମ୍ମତିକୁ ସମ୍ମାନ ଜଣାଇ ଥିଲେ । ବିଶିଷ୍ଟ ବ୍ୟକ୍ତିତ୍ୱ ଭାବରେ ସଦାନନ୍ଦ ପାଢ଼ୀ , ପି , ରାମେଶ୍ବର ପାତ୍ର , ପ୍ରଦୀପ ସାହୁ ,ମଦନମୋହନ ପାଢ଼ୀ ପ୍ରମୁଖଙ୍କ ସହ ବହୁ ବୁଦ୍ଧିଜୀବୀ ବୈଠକରେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।

LEAVE A REPLY

Please enter your comment!
Please enter your name here