ବେଗୁନିଆପଡା ବ୍ଲକ ୪୪,୪୫,୪୬ ନମ୍ବର ଜୋନ୍ ଜିଲ୍ଲାପରିଷଦ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ

0
241

ବ୍ରହ୍ମପୁର,୨୧/୦୧/୨୦୨୨ (ଟୁକୁନା ପ୍ରଧାନ)ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟା ବିଗୁଲ୍ ବାଜିବାପରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ର କର୍ମୀ , ନେତା, ଆଶାୟୀ ପ୍ରାର୍ଥିଙ୍କ ମଧ୍ୟରେ ତତ୍ପର ପ୍ରକାଶ ପାଇଛି । ଏଥିସହିତ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ ମଧ୍ଯ ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ର ୪୪,୪୫,୪୬ ନମ୍ବର ଜୋନ୍ ପାଇଁ ଗତକାଲି ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଛତ୍ରପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ପ୍ରାର୍ଥୀପତ୍ର ଦାଖଲ ହୋଇଯାଇଛି । କବିସୂର୍ଯ୍ଯନଗର ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ କୁମାର ସାହୁ ଙ୍କ ଉପସ୍ଥିତିରେ ୪୪ ନମ୍ବର ଜୋନ୍ ପାଇଁ ସତ୍ୟଭାମା ପଣ୍ଡା, ୪୫ ନମ୍ବର ଜୋନ୍ ପାଇଁ ଯୁବନେତା ରତ୍ନାକର ଖଟୁଆ, ୪୬ ନମ୍ବର ଜୋନ୍ ପାଇଁ ଶାନ୍ତି ନାହକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଏହି ତିନି ଜୋନ୍ ରେ ବିଜେପି, କଂଗ୍ରେସ ଏବଂ ବିଜେଡି ଭିତରେ କଡା ଟକ୍କର ହେବ ବୋଲି ଆଲୋଚନା ଚାଲିଛି ।

LEAVE A REPLY

Please enter your comment!
Please enter your name here