ଜାତୀୟ ରାଜପଥ ରେ ପୁଲିସ ପକ୍ଷରୁ ଗାଡି ଯାଞ୍ଚ ସମୟରେ ଗଞ୍ଜେଇ କାର ଜବତ, ୨ ଗିରଫ।

0
397

ରଙ୍ଗେଇଲୁଣ୍ଡା,୨୨/୦୧/୨୨:
ଗୋଳନ୍ଥରା ଥାନା ପକ୍ଷରୁ ଆଜି ସନ୍ଧ୍ୟା ୭ଟା ସମୟରେ ଜାତୀୟ ରାଜପଥ ରେ ଗାଡି ଯାଞ୍ଚ ସମୟରେ ଏକ ଦୃତଗାମୀ କାର କୁ ପୋଲିସ ଅଟକାଇ ଥିଲେ।ଏହି ଯାଞ୍ଚ ସମୟରେ ଗାଡି ରୁ ଗଞ୍ଜେଇ ଜବତ ସହ ଦୁଇଜଣଙ୍କ ଗିରଫ କରିଥିବା ଜଣାପଡ଼ିଛି।ଗିରଫ ଯୁବକ ୨ ଜଣ ଝାରଖଣ୍ଡ ଜିଲ୍ଲା ଅନ୍ତର୍ଗତ ରାଞ୍ଚି ର ରୋହିତ କୁମାର ୟାଦବ(୨୩) ଓ ସୁରଜ ସିଂ (୨୧) ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ର ସୂଚନା ଅନୁଯାୟୀ ଗୋଳନ୍ଥରା ଥାନା ପକ୍ଷରୁ ଏସ.ଆଇ ଞାନରଞ୍ଜନ ସାହୁ ଓ ଅନ୍ୟ କର୍ମଚାରୀ ମାନେ ଭାଲିଆ ଗଡ଼ ସନ୍ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରେ ଗିରିସୋଲା ପଟୁ ବ୍ରହ୍ମପୁର ଅଭିମୁଖେ ଏକ ଡିଯାୟର କାର ଯାହାର ନଂ(ଜେ ଏଚ ୦୧ ଇଜି ୬୯୮୬) ଦୃତ ଗତିରେ ଯାଉଥିବା ବେଳେ ପୁଲିସ ଅଟକାଇଥିଲେ।କାର କୁ ଅଟକାଇ ଯାଞ୍ଚ ସମୟରେ କାର ଡିକିରୁ ୪ ଟି ଅଖାରେ ୯୭ କେଜି ଗଞ୍ଜେଇ ରହିଥିବା ଜଣାପଡିଥିଲା। ପୁଲିସ ପକ୍ଷରୁ ଏହା ନେଇ ୨୩/୨୨ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଥିବା ଜଣାପଡିଛି। ଗଞ୍ଜେଇ ମାଫିଆ ମାନେ ଗଜପତି ଜିଲ୍ଲାରୁ ଝାଡଖଣ୍ଡ ନେଉଥିବା ତଦନ୍ତ ବେଳେ ଦୁଇ ଅଭିଯୁକ୍ତ କହିଛନ୍ତି। ପୁଲିସ ଗଞ୍ଜେଇ ଥିବା ଜାଣି ମାଜିଷ୍ଟ୍ରେଟ ତଥା କନିସି ତହସିଲଦାର ସୋନାଲି ଚାନ୍ଦ ଉପସ୍ଥିତିରେ ଗାଡ଼ି ଡିକ୍କି ଖୋଲି ଥିଲେ। ସେଥି ମଧ୍ୟରୁ ଗଂଜେଇ ଜବତ କରିଛନ୍ତି ପୋଲିସ।

LEAVE A REPLY

Please enter your comment!
Please enter your name here