ଅଟୋ ମଧ୍ଯରୁ ଯୁବକର ମୃତ୍ୟୁ ଦେହ ଜବତ

0
389

ଗୋଳନ୍ଥରା,୨୨/୦୧/୨୦୨୨:
ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦୀଆ ପଦର ନିକଟ ଏକ ଅଟୋରୁ ଯୁବକର ଶବ ଜବତ କରିଛି ପୁଲିସ। ଜବତ ହୋଇଥିବା ମୃତ ଦେହ ଟି କନିସି ଲକ୍ଷ୍ମୀନୃସିଂହ ସାହିର ବସନ୍ତ ସାହୁ (୨୫) ବୋଲି ଜଣାପଡିଛି। ସେ ଗୋଟିଏ ଅଟୋ ଲିଜ୍ ଆଣି ଚଳାଇ ନିଜ ପରିବାର ଚଳାଉ ଥିଲା। ପରିବାରର ଏକମାତ୍ର ପୁଅ ରୋଜଗାରିଆ ଥିଲା ।ସବୁ ବେଳେ ସକାଳୁ ଅଟୋ ନେଇ ସନ୍ଧ୍ୟାକୁ ଫେରୁଥିବା ବେଳେ ସକାଳୁ ଆସିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ତାଙ୍କ ସମ୍ପର୍କୀୟ ମାନେ ଫୋନ କରିଥିଲେ କିନ୍ତୁ ସେ ଫୋନ ନ ଉଠାଇ ବାରୁ ସନ୍ଦେହ କରିଥିଲେ। ଆଜି ଜାତୀୟ ରାଜପଥ କଡ଼ରେ ଅଟୋ ମଧ୍ୟରେ ମୃତ ଅବସ୍ଥାରେ ଖଣ୍ଡିଆ ଖାବରା ହୋଇ ପଡ଼ି ରହିଥିବାର ବାଟୋଇ ମାନେ ଦେଖିଥିଲେ। କୌଣସି ଦୁର୍ବୃତ୍ତ ମାନେ ହତ୍ୟା କରି ଛାଡ଼ି ଚାଲି ଯାଇଥିଲେ ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି। କୌଣସି ପରିଚିତ ବ୍ୟକ୍ତି କନିସି ସ୍ଥିତ ଘରକୁ ଖବର ଦେଇଥିଲେ। ମୃତ ବସନ୍ତ ସାହୁ ଙ୍କ ନିଜଘର ଗଣ୍ଡଳା ବେଲଗାଁ ବୋଲି ପରିବାର ଲୋକେ କହିଛନ୍ତି। ଗତ ୬ବର୍ଷ ହେଲା କନିସି ହାଟକୁ ଆସି ପରିବାର ସହିତ ଭଡ଼ା ଘରେ ରହୁଥିଲେ। ଘଟଣା ସ୍ଥଳରେ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ତଦନ୍ତ କରି ଫେରିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣା ପଡିଛି। ଶବ ବ୍ୟବଚ୍ଛେଦ କରିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୋଲିସ କହିଛି।

LEAVE A REPLY

Please enter your comment!
Please enter your name here