ଗଣତନ୍ତ୍ର ଦିବସ ମାନନୀୟ ମୂଲ୍ୟବୋଧର ଦ୍ୟୋତକ : ବରିଷ୍ଠ କଳାକାର ସଂଘ

0
375

ବ୍ରହ୍ମପୁର,୨୬/୦୧/୨୦୨୨:କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ସ୍ଥାନୀୟ ସିଟି ହାଇ ସ୍କୁଲ ରୋଡ ସ୍ଥିତ ମାନସ ଭବନ ପରିସରରେ ଦେଶର ପବିତ୍ର ୭୩ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ମାନସ ଭବନ ସଭାପତି ସି.ଏଚ. ସନ୍ତୋଷ କୁମାର ସୁବୁଦ୍ଧି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସଂଘୀୟ ଅଭିବାଦନ ଗ୍ରହଣ କରିଥିଲେ । କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସୀମାନ୍ତ ନଟରାଜ ଡା. ତିରୁପତି ସାହୁ, ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନୃତ୍ୟ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ସାହୁ ମାମା, ଚିତ୍ରଶିଳ୍ପୀ ମହମ୍ମଦ ଇବ୍ରହିମ୍, ବରିଷ୍ଠ କଳାକାର ବଳଦେବ ସାହୁ, କଣ୍ଠଶିଳ୍ପୀ ଅନୁରାଧା ପାଣି ଓ ପ୍ରଦୀପ କୁମାର ସାହୁ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ଗଣତନ୍ତ୍ର ଦିବସ ମାନବୀୟ ମୂଲ୍ୟବୋଧର ଦ୍ୟୋତକ ବୋଲି ମତବ୍ୟକ୍ତ କରିଥିଲେ । ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ସନିଆ ବେହେରା, ସୁଦାମ ପଟ୍ଟନାୟକ, ସଞ୍ଜୟ କୁମାର ବିଷୋୟୀ, କୁନୁ ବେହେରା, ରମେଶ ଚନ୍ଦ୍ର ସ୍ୱାଇଁ, ହରିଶ୍ଚନ୍ଦ୍ର ଦାସ ପ୍ରମୁଖ ବହୁ ସଦସ୍ୟ ସହଯୋଗ କରିଥିବା ବେଳେ ପରିଶେଷରେ ରୂପକାର ପ୍ରଫୁଲ୍ଲ ଚନ୍ଦ୍ର ନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here