ଲେଖିକା ଅନୁଜା ନନ୍ଦ ବିଶ୍ୱାଳଙ୍କ “ପ୍ରକୃତି ସହ ବନ୍ଧୁତା” ପୁସ୍ତକ ଉନ୍ମୋଚିତ

0
182

ଛତ୍ରପୁର, ୨୮/୦୧/୨୦୨୨ : ଅନୁଜା ନନ୍ଦ ବିଶ୍ୱାଳଙ୍କ କବିତା ସଂକଳନ “ପ୍ରକୃତି ସହ ବନ୍ଧୁତ୍ୱ” ଉନ୍ମୋଚିତ ହୋଇଯାଇଛି । ଛତ୍ରପୁର ସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ କର କମଳରେ ଉକ୍ତ କବିତା ସଂକଳନ ପୁସ୍ତକଟି ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଓଡିଶା ଟିଭିର ଦକ୍ଷିଣାଂଚଳର ମୁଖ୍ୟ ଅଶୋକ କୁମାର ବ୍ରହ୍ମା, ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ଉପସ୍ଥିତ ରହି କବିତା ସଂକଳନଟି ଉନ୍ମୋଚନରେ ସହଯୋଗ କରିଛନ୍ତି । ଅନୁଜାନନ୍ଦଙ୍କ ଏହି କବିତା ସଂକଳନ ପ୍ରକୃତି ସହ ବନ୍ଧୁତ୍ୱ ପୁସ୍ତକଟି ଏକ ଭିନ୍ନ ଧରଣର ଓ ଆକର୍ଷଣୀୟ ହୋଇଛି । ସମୁଦାୟ ୨୦ ଗୋଟି କବିତାକୁ ନେଇ ପ୍ରେମ ଓ ପକ୍ଷୀ ସହିତ ପ୍ରକୃତିର କିଭଳି ସୁସମ୍ପର୍କ ରହିଛି ସେ ସମ୍ପର୍କରେ ଶ୍ରୀମତି ବିଶ୍ୱାଳ ସୁନ୍ଦର ଭାଷା ସଂଯୋଜନା କରି ଲେଖିଛନ୍ତି । ଏହା ପାଠକଙ୍କ ନିକଟରେ ନଶ୍ଚିତ ରୂପେ ଆଦୃତ ହୋଇପାରିବ ବୋଲି ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here