ସାହସପୁରରେ ସାନଖେମୁଣ୍ଡି ବିଜେଡିର ନିର୍ବାଚନୀ ପ୍ରସ୍ତୁତି ନେଇ ଦଳୀୟ ସମନ୍ବୟ ବୈଠକ ଅନୁଷ୍ଠିତ

0
568

ବ୍ରହ୍ମପୁର , ୨୯/୦୧/୨୦୨୨ : ପଂଚାୟତ ନିର୍ବାଚନ ଅବ୍ୟବହିତରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ସମସ୍ତ ଦଳୀୟ ସଂଗଠନ କାର୍ଯ୍ୟକର୍ତ୍ତା , ବରିଷ୍ଟ ବ୍ୟକ୍ତିତ୍ଵ ଓ ମନୋନୀତ ଜିଲ୍ଲାପରିଷଦ , ସମିଟିସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କୁ ନେଇ ଏକ ସମନ୍ବୟ ବୈଠକ ଆଜି ଅପରାହ୍ନରେ ସାହାସପୁର ହାଟପଦା ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳ ଉପଦେଷ୍ଟା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବିଧାୟକ ତଥା ସାନଖେମୁଣ୍ଡି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗଦେଇ ନିର୍ବାଚନ ମଣ୍ଡଳୀ ବିଜେଡି ନେତା ,କର୍ମୀ ଓ ପ୍ରାର୍ଥୀଙ୍କ ସମନ୍ବୟ ଭାବକୁ ଗୁରୁତ୍ୱାରୋପ କରିଥିଲେ । ସମସ୍ତ ଜିଲ୍ଲାପରିଷଦ ଆସନ ସହ ଉଭୟ ଧରାକୋଟ ଏବଂ ସାନଖେମୁଣ୍ଡି ସମିତି ଦଖଲ କରି ଦଳର ସ୍ଥିତିକୁ ସାବ୍ୟସ୍ତ କରିବାକୁ ଆହ୍ଵାନ ଦେଇଥିଲେ । ଦଳୀୟ ସଙ୍କେତ ରହିଥିବାରୁ ଜିଲ୍ଲା ପରିଷଦ ଆସନରେ ଅସୁବିଧା ନଥିବା ବେଳେ ଦଳ ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଆସନରେ ପ୍ରାର୍ଥୀଙ୍କୁ ବିଜୟୀ କରାଇବାରେ ଏକାଗ୍ରତା ବଜାୟ ରଖିବାକୁ ଉପସ୍ଥିତ ନେତୃବୃନ୍ଦଙ୍କୁ ସଜାଗ କରାଇଥିଲେ । ଉପସ୍ଥିତ ବିଜେଡି ମହିଳା ସଂଗଠନ ସହ ଯୁବ , ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କୁ ନେଇ ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଆସନ୍ତା ପଂଚାୟତ ନିର୍ବାଚନରେ ଆଶାତୀତ ସଫଳତା କାମନା କରିଥିଲେ । କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ସଂଘମିତ୍ରା ଦଳେଇ , ଧରାକୋଟ ବ୍ଲକ୍ ଉପାଧ୍ୟକ୍ଷ ବଳବନ୍ତ ସିଂ , ରାଜା ସାହେବା ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ , ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା , ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ସାହୁ , ବ୍ଲକ ସଭାପତି ଶ୍ରୀ ନୀଳମାଧବ ରାଉତ ପ୍ରମୁଖ ପଂଚାୟତ ଓ ଗ୍ରାମୱାରୀ ମତଦାତାଙ୍କୁ ଆକର୍ଷିତ କରାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟଣ ଯୋଜନା ଆଧାରରେ ଭୋଟରଙ୍କ ନିକଟବର୍ତ୍ତୀ ହେବାକୁ ନେଇ ଅନୁପ୍ରାଣିତ କରାଇଥିଲେ । କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀ ପ୍ରଚାର କମିଟି ମୁଖ୍ୟ ତଥା ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ବାଇଁ , ଅମିନ ପ୍ରଧାନଙ୍କ ସମେତ ଉଭୟ ସମିତି ଅନ୍ତର୍ଗତରେ ଥିବା ସାତ ଜିଲ୍ଲା ପରିଷଦ ପାର୍ଥୀ ଓ ବ୍ଲକ ଯୁବ , ଛାତ୍ର, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here