ବ୍ରହ୍ମପୁର, ୦୬/୦୨/୨୦୨୨: ଛତ୍ରପୁର ପୋଲିସ ଜିଲ୍ଲା ଅନ୍ତର୍ଗତ
ଆସିକା ଥାନାର ରାଜେନ୍ଦ୍ର ନଗରରେ ଗତ ତା ୧୩/୧୪ – ୧୨ – ୨୦୨୧ ରିଖ ରାତ୍ରରେ ଘଟିଥିବା ଏକ ସିନ୍ଧିଚୋରି ଘଟଣାରେ ପୋଲିସକୁ ସଫଳତା ମିଳିଥିବା ସୂଚନା ମିଳିଅଛି । ଉକ୍ତ ସିନ୍ଧିଚୋରୀ ଘଟଣାର ତଦନ୍ତ ଓ ଅନୁସନ୍ଧାନ କ୍ରମରେ ପୋଲିସ ଆସିକା ନିକଟସ୍ଥ ବାବନପୁର ଗ୍ରାମର ଜନୈକ ବ୍ୟକ୍ତି କେ ରାହୁଲକୁ ତଦନ୍ତ ପରିସରକୁ ଆଣି ପଚରା ଉଚରା ପରେ ଘଟଣାର ପର୍ଦ୍ଦାଫାଶ ହୋଇଅଛି । କେ ରାହୁଲକୁ ପଚରା ଉଚରା ପରେ ସେମାନଙ୍କ ଏକ ଗ୍ୟାଙ୍ଗ ଥିବା ଜଣା ପଡିଥିଲା । ଏହି ଗ୍ୟାଙ୍ଗର ସମସ୍ତ ଆସାମୀ ଗଣେଶ ଶିକାରୀ , ରାଘବ ଶିକାରୀ , ସଞ୍ଜୟ ଶିକାରୀ ସମସ୍ତଙ୍କ ଗ୍ରାମ ନାଚୁଣୀ , ମୂଷାଖାଇ , ଥାନା -ବାଣପୁରରୁ ଗିରଫ କଲା ପରେ ସେମାନେ ସିନ୍ଧି ଚୋରୀ କରିଥିବା ସ୍ୱୀକାର କରିଥିବା ସହ ଗଞ୍ଜାମ , ବ୍ରହ୍ମପୁର , ଖୋର୍ଦ୍ଧା ପୋଇସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ସିନ୍ଧିଚୋରୀ କରୁଥିବା ସ୍ବୀକାର କରିଥିଲେ । ସେମାନେ ଚୋରି କରିଥିବା ଚୋରା ସୁନାକୁ ନାଚୁଣୀ ପୁରୁଣା ଏନ ଏଚ୍ ର ସୁନା ଦୋକାନୀ ଶିବ ପ୍ରସାଦ ନାୟକକୁ ଦେଉଥିବା ସ୍ବୀକାର କରିଥିଲେ । ଚୋରୀ ସୁନା ସାମଗ୍ରୀ ବିକ୍ରି ଟଙ୍କାରେ ସେମାନେ ଚଳୁଥିବା ପ୍ରକାଶ କରିଥିଲେ । ଆସିକା ପୋଲିସ ଆଜି ସମସ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଲକ୍ଷାଧିକ ନଗଦ ଟଙ୍କା , ଚୋରୀ ସୁନା ଅଳଙ୍କାର ଏବଂ ତରଳା ଯାଇଥିବା ସୁନାକୁ ଜବତ କରିଛି । ପୋଲିସ ରେକର୍ଡ ପ୍ରକାରେ ଗିରଫ ଅଭିଯୁକ୍ତଙ୍କ ଆସିକା , ହିଂଜିଳି , ପାଟପୁର , ଗାଙ୍ଗପୁର , ବାଣପୁର ଓ ବାଲୁଗାଁ ଥାନାର ବହୁ ଚୋରୀକେଶରେ ସମ୍ପୃକ୍ତ ଥିବା ଜଣାଯାଇଛି ।ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଅନ୍ୟ ସଂପୃକ୍ତିକୁ ନେଇ ପୋଲିସର ତନାଘନା ଜାରି ରହିଅଛି ।