ଗୁଗୁଲ ମିଟ୍ ମାଧ୍ୟମରେ ତ୍ରିଧାରା ସାହିତ୍ୟ ସଂସଦ ପକ୍ଷରୁ ମାସିକ ସାହିତ୍ୟ ପାଠ ଉତ୍ସବ ଅନୁଷ୍ଠିତ

0
335

ବ୍ରହ୍ମପୁର,୦୬/୦୨/୨୦୨୨:ଆଜି ଗୁଗୁଲ ମିଟ୍ ମାଧ୍ୟମରେ ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର ଗଞ୍ଜାମ ଓଡିଶା ପକ୍ଷରୁ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଭାପତି ବିଘ୍ନେଶ୍ବର ସାହୁ,ମୁଖ୍ୟ ଅତିଥି ପ୍ରଫେସର ଡକ୍ଟର ନୀଳମାଧବ ପଣ୍ଡା ଇଂରାଜୀ ବିଭାଗ ହାଇଦ୍ରାବାଦ ବିଶ୍ବବିଦ୍ୟାଳୟ ଆନ୍ଧ୍ରପ୍ରଦେଶ ,ମୁଖ୍ୟ ବକ୍ତା ଶ୍ରୀମତୀ ଜ୍ୟୋତିର୍ମୟ କଅଁର, ଓଡ଼ିଆ ପ୍ରାଧ୍ୟାପିକା ସରକାରୀ ମହାବିଦ୍ୟାଳୟ କନିଷ୍ଠ ଫୁଲବାଣୀ, କନ୍ଧମାଳ, ଓଡ଼ିଶା ଯୋଗ ଦେଇ ନିଜ ନିଜରମତ ଦେଇ ଥିଲେ ଯେ ଓଡ଼ିଆ ସାହିତ୍ୟ ଓ ବିଭିନ୍ନ ସାହିତ୍ୟରେ ଓଡ଼ିଆ ସାହିତ୍ୟର ପ୍ରଭାବ ଓ ପ୍ରୟୋଗ କରାଯାଇଛି। କେତେ ବେଳେ ସମାଜକୁ ନେଇ ସାହିତ୍ୟ ତ କେତେବେଳେ ସାହିତ୍ୟକୁ ନେଇ ସମାଜ ଗତିଶୀଳ ହୋଇଛି।ଅତିଥି ପରିଚୟ କରିଥିଲେ ଡକ୍ଟର ପ୍ରଣବାନନ୍ଦ ପାଟ୍ଟଯୋଶୀ ସ୍ବାଗତ ଭାଷଣରେ ପ୍ରଦାନ କରିଥିଲେ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ସମ୍ପାଦକ। ସୌଦାମିନୀ ମିଶ୍ର ,ଲୋକନାଥ ନାୟକ ଓ ଦୀପିକା ଦାଶ ପ୍ରମୁଖ କବିତା ସଂଯୋଜନା କରିଥିଲେ । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଓ ଓଡ଼ିଶା ବାହାରୁ ୫୦ ରୁ ଅଧିକ ସାହିତ୍ୟକ ଉପସ୍ଥିତ ହେଇଥିଲେ ଏବଂ ୩୨ ଟି କବିତା ପାଠ ହୋଇଥିଲା। ପରିଶେଷରେ ବନ୍ଦନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here