ପାତ୍ରପୁର,୦୭/୦୨/୨୦୨୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି କିପରି ଆସନ୍ତା ୨୦ ତାରିଖରେ ପାତ୍ରପୁର ପଞ୍ଚାୟତ ସମିତିରେ ପଞ୍ଚାୟତ ନିର୍ବାଚନ ପାଇଁ ଜରଡ଼ା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଆରମ୍ଭ ହୋଇଯାଇଛି। ଶାନ୍ତି ଶୃଙ୍ଖଳା, ଅବାଧରେ କିପରି ଭୋଟର ମାନେ ନିଜ ନିଜର ମତଦାନ କରି ପାରିବେ ସେଥିପାଇଁ ଜରଡା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ପଦାଦିଗି ଓ ସାମନ୍ତିଆପଲ୍ଲୀ ପଞ୍ଚାୟତର ପଦାଦିଗି,କେଲୁଆ, ଭୀମପୁର,ଆମ୍ବଗାଁ ଓ ବଣଷୋଲା ସହ ବିଭିନ୍ନ ଗ୍ରାମରେ ଜରଡ଼ା ଥାନା ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରିଛନ୍ତି । ବିଭିନ୍ନ ମାମଲାରେ ଜଡିତ ଅପରାଧୀ ଓ ଅସାମାଜିକଙ୍କ ପ୍ରତି କଡା କଡି ନଜର ରଖାଯାଇଥିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିବା ନେଇ ଜରଡା ଥାନା ଅଧିକାରୀ ଶ୍ରୀ ଭାବାନନ୍ଦ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।