ଶିକ୍ଷା ଧ୍ବଂସକାରୀ ଜାତୀୟ ଶିକ୍ଷାନୀତି-୨୦୨୦ ଅବଲମ୍ବେ ବାତିଲ ଦାବିରେ ବିକ୍ଷୋଭ

0
401

ବ୍ରହ୍ମପୁର,୦୭/୦୨/ ୨୦୨୨: ଶିକ୍ଷାର ଘରୋଇକାରଣ, ବ୍ୟବସାୟୀକରଣ, କେନ୍ଦ୍ରୀକରଣ, ଧନ୍ଦାମୂଖୀକରଣ, ସାମ୍ପ୍ରଦାୟୀକରଣର ନୀଳ ନକ୍ସା ଜାତୀୟ ଶିକ୍ଷାନୀତି-୨୦୨୦ ବିରୁଦ୍ଧରେ ଏ.ଆଇ.ଡି.ଏସ୍.ଓ ତରଫରୁ ଫେବୃଆରୀ ୧ ରୁ ୭ ସର୍ବଭାରତୀୟ ପ୍ରତିବାଦ ସପ୍ତାହ ପାଳନ ଅବସରରେ ଆଜି ଶେଷ ଦିନରେ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆର.ଡି.ସି ଅଫିସ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହେବା ସହ ଏକ ଦାବିପତ୍ର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।ଏଠାରେ ସୂଚନା ଥାଉକି ସମସ୍ତ ଗଣତାନ୍ତ୍ରିକ ରୀତିନୀତିକୁ ଜଳାଞ୍ଜଳୀ ଦେଇ ପ୍ରାଥମିକ ସ୍ତରରୁ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ଯେଉଁ ପରିବର୍ତ୍ତନ କଥା ଏହି ଶିକ୍ଷାନୀତି କହୁଛି ତାହା ବାସ୍ତବରେ ଗୋଟିଏ ଦିଗରେ ଶିକ୍ଷା ବେପାରୀମାନଙ୍କ ସ୍ବାର୍ଥ ରକ୍ଷା କରିବା ସହ ଅନ୍ୟ ଦିଗରେ ଶିକ୍ଷାର ମୂଳ ନିର୍ଯ୍ୟାସକୁ ଧ୍ବଂସ କରିବ ଏବଂ ଧର୍ମୀୟ ଅନ୍ଧତା କୂପମଣ୍ଡକତା, କୁସଂସ୍କାର ଆଦି ଚିନ୍ତା ଶିକ୍ଷା କ୍ଷେତ୍ରରେ ପ୍ରଚଳନ କରାଇ ଶିକ୍ଷାର ସମ୍ପ୍ରଦାୟୀକରଣ କରିବ । ବହୁ ସୁନ୍ଦର ସୁନ୍ଦର ଶବ୍ଦର ଆଢୁଆଳରେ ଏହି ଶିକ୍ଷାନୀତି ଶିକ୍ଷାର କେନ୍ଦ୍ରୀକରଣ କରି ଶିକ୍ଷା ବ୍ୟବସାୟୀମାନଙ୍କୁ ଲାଭ ଅର୍ଜନରେ ସାହାଯ୍ୟ କରିବ । ଭାଷା ଶିକ୍ଷା କ୍ଷେତ୍ରରେ ଏହି ଶିକ୍ଷାନୀତି ଯେଉଁ ସୁପାରିଶ କରିଛି ତାହା ଇଂରାଜୀର ଗୁରୁତ୍ୱକୁ ହ୍ରାସ କରି ଦେଶକୁ ଅନ୍ଧକାର ମଧ୍ୟକୁ ଠେଲିଦେବ । ଧନ୍ଦାମୂଖୀକରଣ ଜରିଆରେ ଶିକ୍ଷାର ମୂଳ ଉଦ୍ଦେଶ୍ୟ ମଣିଷ ତିଆରି ଓ ଚରିତ୍ର ଗଠନକୁ ଏହା ସମୂଳେ ଧ୍ବଂସ କରିବ ସେହିଭଳି ପ୍ରଫେସନାଲ ଶିକ୍ଷା କ୍ଷେତ୍ରରେ ଏହା ବ୍ୟବସାୟୀକରଣକୁ ପ୍ରଶସ୍ତ କରିବ । ତେଣୁ ଶିକ୍ଷା ଧ୍ବଂସକାରୀ ଏହି ନୀତିକୁ ସମସ୍ତ ଦିଗରୁ ବିରୋଧ କରିବା ପାଇଁ ଦେଶରର ଛାତ୍ର, ଅଭିଭାବକ, ବୁଦ୍ଧିଜୀବୀ, ଶିକ୍ଷକ ତଥା ସମସ୍ତ ସ୍ତରର ଜନଗଣଙ୍କୁ ଏହି ପ୍ରତିବାଦ ସପ୍ତାହର ପାଳନ ମଧ୍ୟମରେ ଏହା ବିରୁଦ୍ଧରେ ସଚେତନ, ସଙ୍ଗଠିତ ଶୃଙ୍ଖଳିତ ଗଣ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ବାନ ଦିଆଯାଇଛି ।ଆଜିର ଏହି କାର୍ଯ୍ୟକ୍ରମରେ ଅଲ ଇଣ୍ଡିଆ ଡ଼ି.ଏସ୍. ଓ ଓଡ଼ିଶା ରାଜ୍ୟ ଉପସଭାପତି ସୋମନାଥ ବେହେରା, ଜିଲ୍ଲା ସଭାପତି ଶିବାନୀ ଶଙ୍କର ମିଶ୍ର, ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସମେତ ନାରାୟଣ ସାହୁ, ଶୁଭସ୍ମିତା ପାଣିଗ୍ରାହି, ଅଲିଭା ଦାସ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here