ବିଜେପି ପକ୍ଷରୁ ବେଗୁନିଆପଡା ବ୍ଲକରେ ପ୍ରଚାର, କାର୍ଯ୍ୟାଳୟ ଉଦଘାଟିତ ।

0
201

ବ୍ରହ୍ମପୁର, ୧୦/୦୨/୨୦୨୨(ଟୁକୁନା ପ୍ରଧାନ) -: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ରାଜ୍ୟ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରାଯିବା ସହ ବୁରୁଝରୀ ଠାରେ ଦଳୀୟ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ଜାତୀୟ କାଉନସିଲ ସଦସ୍ୟ ମହେଶ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର,ରାଜ୍ୟ ବିଜେପି ଉପ ସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ବିଜେପି ବିଧାୟକ ପ୍ରାର୍ଥୀ ରଞ୍ଜନ ପଲାଇ ପ୍ରମୁଖଙ୍କ ସମେତ ବେଗୁନିଆପଡା ୪୫ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରଦୀପ କୁମାର ଘୋଷ, ୪୬ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଅହଲ୍ୟା ସୁମନ୍ତରାୟ ଙ୍କ ସହ ଯୁବନେତା ନାରାୟଣ ସୁମନ୍ତରାୟ, ଚନ୍ଦ୍ରମୋହନ ଜେନା ସମେତ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ସମସ୍ତ ରାଜ୍ୟ ନେତୃମଣ୍ଡଳୀ ବୁରୁଝରୀ ଠାରେ ଲୋକମାନଙ୍କ ସହ ଆଲୋଚନା କରିବା ସହ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପାଇଁ ଅନୁରୋଧ କରିଥିଲେ । ଅପରାହ୍ନରେ ବୁରୁଝରୀ ଠାରେ ଚା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ହୋଇଥିଲା । ପରେ ନେତୃମଣ୍ଡଳୀ କୋଦଳା ଯାଇ ସେଠାରେ ୪୪ ନମ୍ବର ଜିଲ୍ଲା ପରିଷଦ ଜୋନ୍ ବିଜେପି ପ୍ରାର୍ଥୀନୀ ପ୍ରିୟା ବିଶୋଇ ଙ୍କ ସହ ଆଲୋଚନା କରି କର୍ମୀ ମାନଙ୍କ ସହ ଆଲୋଚନା କରି ବୁଢାମ୍ବ ଯାଇଥିଲେ। ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ପକ୍ଷରୁ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରାଯିବା ସହ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ।

LEAVE A REPLY

Please enter your comment!
Please enter your name here