ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ସମେତ ହିଂସାକାଣ୍ଡକୁ ରୋକିବାର ଦାୟୀତ୍ବ ହେଉଛି ରାଜ୍ୟ ନିର୍ବାଚନ କମିଶନଙ୍କର: ସମୀର ମହାନ୍ତି > ପ୍ରିଜାଇଡିଂ ଅଫିସରମାନେ ଶାସକ ବିଜେଡିର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି – ଭୋଟଦାନ ପରେ ଫର୍ମ-୧୧ ବାଧ୍ୟତାମୁଳକ କରାଯାଉ ♦️ ପ୍ରଥମ ଥର ପାଇଁ ପଂଚାୟତ ନିର୍ବାଚନରେ ସମସ୍ତ ପର୍ଯ୍ୟାୟ ଭୋଟଦାନ ସମାପ୍ତ ହେବା ପରେ ଭୋଟ ଗଣତି କରାଯିବା କାରଣରୁ ଭୋଟବାକୁ ରହିବାକୁ ଥିବା ଷ୍ଟ୍ରଙ୍ଗ ରୁମର ସୁରକ୍ଷା ସୁନିଶ୍ଚିତ କରନ୍ତୁ ନିର୍ବାଚନ କମିଶନ

0
334

ଭୁବନେଶ୍ୱର,୧୭/୦୨/୨୦୨୨: ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଗତ କାଲି ସରିଥିବାବେଳେ ଆସନ୍ତା କାଲି ୨ୟ ପର୍ଯ୍ୟାୟ ଅନୁଷ୍ଠିତ ହେବାକୁ ଯାଉଛି। ଗତ କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ୟାପକ ଅନିୟମିତତା ଓ ହିଂସାକାଂଶ ଘଟିଛି । ଭୋଟ କେନ୍ଦ୍ରରେ ସରକାରୀ କଳ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ବ୍ୟବହାର କରାଯାଇ ଶାସକ ବିଜେଡି ସପକ୍ଷରେ ବ୍ୟାପକ ମାତ୍ରାରେ ଭୋଟଦାନକୁ ପ୍ରଭାବିତ କରାଯାଇଛି । ପ୍ରିଜାଇଡିଂ ଅଫିସରମାନେ ଶାସକ ବିଜେଡିର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି । ଭୋଟଦାନ ଶେଷ ହେବା ପରେ ନିୟମ ମୁତାବକ ଭୋଟଦାନ ସଂପର୍କରେ ବିସ୍ତୃତ ସୁଚନାକୁ ଫର୍ମ-୧୧ ଜରିଆରେ ପ୍ରଦାନ କରିବା କଥା, କିନ୍ତୁ ତାହା ନକରି ସାଧା କାଗଜରେ ଲିଖିତ ଦେଇଛନ୍ତି । ଯାହାର କୌଣସି ମୂଲ୍ୟ ନାହିଁ । ବରଂ ଅଧିକାଂଶ ସ୍ଥାନରେ ନିର୍ବାଚନ କମିଶନଙ୍କ କୌଣସି ନିର୍ଦ୍ଦେଶ ନାହିଁ ବୋଲି କହି ପ୍ରିଜାଇଡିଂ ଅଫିସରମାନେ ଖସି ଯାଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର
ମହାନ୍ତି କହିଛନ୍ତି ।ଗତ କାଲି ଘଟିଯାଇଥିବା ନିର୍ବାଚନୀ ହିଂସାକାଣ୍ଡ କାରଣରୁ ଭୋଟରମାନେ ଭୟଭୀତ ଅଛନ୍ତି ଗତ କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପୁରୀ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ବଲାଙ୍ଗୀର, ନୟାଗଡ, ସୁନ୍ଦରଗଡ, ନୂଆପଡା, କନ୍ଧମାଳ, ଝାରସୁଗୁଡା, କୋରାପୁଟ ଜିଲ୍ଲା ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ହିଂସାକାଣ୍ଡରେ ଶାସକ ଦଳର କର୍ମୀମାନେ ସିଧାସଳଖ ସମ୍ପୃକ୍ତି ରହିଛି । ନିର୍ବାଚନ ସମୟରେ ହୋଇଥିବା ବ୍ୟାପକ ହିଂସାକାଣ୍ଡର ସମସ୍ତ ତଥ୍ୟ ଓ ପ୍ରମାଣ ମଧ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଛି । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ସମେତ ହିଂସାକାଣ୍ଡକୁ ରୋକିବାର ଦାୟୀତ୍ଵ ହେଉଛି ରାଜ୍ୟ ନିର୍ବାଚନ କମିଶନଙ୍କର ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ପ୍ରଥମ ଥର ପାଇଁ ପଂଚାୟତ ନିର୍ବାଚନରେ ସମସ୍ତ ପର୍ଯ୍ୟାୟ ଭୋଟଦାନ ସମାପ୍ତ ହେବା ପରେ ଭୋଟ ଗଣତି କରାଯିବ । ତେଣୁ ଭୋଟବାକୁ ରହିବାକୁ ଥିବା ଷ୍ଟ୍ରଙ୍ଗ ରୁମର ସୁରକ୍ଷା ନିହାତି ଆବଶ୍ୟକ । ଏ ସଂପର୍କରେ ନିର୍ବାଚନ ତରଫରୁ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ଜାରୀ କରାଯାଇନାହିଁ । ବ୍ଲକ କାର୍ଯ୍ୟାଳୟ ବ୍ୟତୀତ ଆଉ କେଉଁ ସ୍ଥାନରେ ଭୋଟ ବାକ୍ସ ରହିବ ? ଷ୍ଟ୍ରଙ୍ଗ ରୁମର ଚାବି କାହା ପାଖରେ ରହିବ ଏବଂ ଏହାର ସୁରକ୍ଷା ଦାୟିତ୍ବରେ କିଏ ରହିବେ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ବରେ ଆଜି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଯଥାଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ କରିବାକୁ କମିଶନଙ୍କ ନିକଟରେ ଦାବୀ କରାଯାଇଛି ।ଏହି ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ କୁମାର ଦାସ, ଲିଗାଲ ସେଲର ଜୟନ୍ତ ଜେନା ଓ ରବିଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here