ଥମୁନି ପାତ୍ରପୁର ବିଡ଼ିଓଙ୍କ ଅପହରଣ ଜନିତ ପ୍ରଶାସନିକ ଝଡ଼ । ଅପହରଣରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ ଓ କର୍ମଚାରୀଙ୍କ ସୁରକ୍ଷା ନେଇ ଧାରଣା ସହ କଲମ ଛାଡ଼ ଆନ୍ଦୋଳନ

0
442

ବ୍ରହ୍ମପୁର, ୨୪/୦୨/୨୦୨୨: ଗଞ୍ଜାମ ପାତ୍ରପୁର ବିଡ଼ିଓଙ୍କୁ ଗତକାଲି କରାଯାଇଥିବା ଅପହରଣ ଓ ଆକ୍ରମଣ ଘଟଣା ପରେ ସ୍ଥାନୀୟ ପ୍ରଶାସନ କ୍ରିୟାଶୀଳ ହୋଇଅଛି । ଭୋଟର ତାଲିକାରୁ ବାଦ ପଡ଼ିଥିବା ତୁମ୍ୱା ପଞ୍ଚାୟତର ଧାଡିଆମ୍ବର ଗାଁ ଲୋକଙ୍କ ଦ୍ୱାରା ବିଡ଼ିଓଙ୍କୁ ଗତକାଲି ଗୋପିନାଥପୁର ଛକରୁ ଅପହରଣ କରାଯାଇଥିଲା । ପଂଚାୟତ ମତଦାନରୁ ବଞ୍ଚିତ ଉତକ୍ଷିପ୍ତ ଆଦିବାସୀ ଭୋଟରଙ୍କ ଦ୍ବାରା ବିଡ଼ିଓଙ୍କୁ ଚାରି କିଲୋମିଟର ଚଲାଇ ଚଲାଇ ଧାଡ଼ିଆମ୍ୱରେ ରଖି ସେମାନଙ୍କ ଦାବି ହାସଲ ପାଇଁ ଚାପ ପକାଯାଇଥିଲା । ଜିଲ୍ଲା ପ୍ରଶାସନର ସଂପୃକ୍ତି ପରେ ପୋଲିସ ବିଡ଼ିଓଙ୍କୁ ଦୀର୍ଘ ଚାରି ଘଣ୍ଟା ପରେ ଚୁକ୍ତିନାମା ସହିତ ଅଧିବାସୀଙ୍କ ଠାରୁ ମୁକ୍ତି କରିଥିଲେ । ବିଡ଼ିଓଙ୍କ ମୁକ୍ତି ପରେ ରାତ୍ରୀରେ ଜରଡା ପୋଲିସ ପକ୍ଷରୁ ଧାଡିଆମ୍ବରେ ଚଢାଉ କରାଯାଇ ବିଡ଼ିଓଙ୍କ ଅପହରଣ ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ରହିଅଛି ।ଆନ୍ୟକ୍ରମରେ ନିର୍ଦ୍ଧିଷ୍ଟ ଗ୍ରାମର ସମସ୍ତ ନିରୀହ ଆଦିବାସୀଙ୍କୁ ସାମ୍ବିଧାନିକ ଅଧିକାରକୁ ବଞ୍ଚିତ କରାଯାଇଥିବା ପ୍ରକ୍ରିୟାରେ ସଂପୃକ୍ତି ତତ୍ଵକୁ ନେଇ ଆଦିବାସୀ ସମ୍ପ୍ରଦାୟରେ ପ୍ରଶାସନ ଓ ପୋଲିସର ଭୂମିକାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ପାତ୍ରପୁର ପ୍ରଶାସନ ପକ୍ଷରୁ ବିଡ଼ିଓଙ୍କ ଅପହରଣରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଅଛି । ଆଜି ଉଭୟ ତହସିଲ ,ବ୍ଲକ ଏବଂ ଆଇସିଡିଏସ କର୍ମଚାରୀ ମିଳିତ ଭାବରେ କଲମ ଛାଡ଼ ଆନ୍ଦୋଳନ କରି ବ୍ଲକ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ବିଡ଼ିଓଙ୍କ ଅପହରଣ ଘଟଣାକୁ ସାମୁହିକ ଭାବେ ତୀବ୍ର ନିନ୍ଦା କରି କର୍ମଚାରୀଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପାତ୍ରପୁର ବ୍ଳକ ଅଞ୍ଚଳରେ କର୍ମରତ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ଲୋଡ଼ିବା ସହ ଅପହରଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ମଧ୍ୟ ଦାବି କରିଛନ୍ତି । ମିଳିତ ଭାବେ ନିର୍ଦ୍ଧିଷ୍ଟ ଦାବି ସମ୍ବଳିତ ସ୍ମାରକ ପତ୍ରକୁ ଗଞ୍ଜାମ ଜିଲ୍ଲାପାଳ , ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସହ ପଞ୍ଚାୟତିରାଜ ସଚିବ , ଫାଇବ ଟି ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରେରଣ କରିବା ମସୁଧାରେ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here