ଓଁ ଶାନ୍ତି ଆଧ୍ୟାତ୍ମିକ ଗୃହରେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହୋତ୍ସବ

0
167

ପୋଲସରା,୦୧/୦୩/୨୦୨୨ : ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ପ୍ରତିଷ୍ଠିତ ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଓଁ ଶାନ୍ତି ଆଧ୍ୟାତ୍ମିକ ଗୃହରେ ମହାଶିବରାତ୍ରି ଉପଲକ୍ଷେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହୋତ୍ସବ ମାର୍ଚ୍ଚ ୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମାକୁମାରୀ ରିତା ଭଉଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମଧ୍ୟ ଯୋଗଦେଇ ତ୍ରିମୂର୍ତ୍ତି ଶିବ ଅର୍ଥାତ ସୃଷ୍ଟି, ସ୍ଥିତି ଓ ଲୟର ସମିଷ୍ଟି ବୋଲି ପ୍ରକାଶ କରିବା ସହ ଇଚ୍ଛାଶକ୍ତି, କର୍ମଶକ୍ତି ଓ ଜ୍ଞାନଶକ୍ତି କୁ ସୁଚାରୁରୂପେ ପରିଚାଳନା କଲେ ଆମେ ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତି ଲାଭ କରିପାରିବା ବୋଲି ମତ ପ୍ରଦାନ କରିଥିଲେ। ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବହୁ ଭଉଣୀ ଓ ଭାଇ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here