ପୌର ନିର୍ବାଚନ ପାଇଁ ପ୍ରିଜାଇଡିଙ୍ଗ ଓ ପୋଲିଙ୍ଗ ଅଫିସର ମାନଙ୍କୁ ତାଲିମ ପ୍ରଦାନ

0
192

ଛତ୍ରପୁର,୦୯/୦୩/୨୦୨୨:ଆସନ୍ତା ପୌର ସାଧାରଣ ନିର୍ବାଚନ -2022 ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ଅଧ୍ୟକତାରେ ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ ସମସ୍ତ ପ୍ରିଜାଇଡିଙ୍ଗ ଓ ପୋଲିଙ୍ଗ ଅଫିସର ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଛି । ଜିଲ୍ଲାର ସମସ୍ତ ପ୍ରିଜାଇଡିଙ୍ଗ ଓ ପୋଲିଙ୍ଗ ଅଫିସର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର, ଏବଂ ନୋଡାଲ ଅଫିସର ଗଣଙ୍କୁ ତାଲିମ୍ ଦିଆଯାଇଛି lଜିଲ୍ଲାପାଳ କହିଥିଲେ ସମସ୍ତ ପୋଲିଂ ଅଫିସର ମାନଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ପୌର ନିର୍ବାଚନ ନିୟମ ଓ ପ୍ରିଜାଇଡିଂ ଅଫିସର ହ୍ୟାଣ୍ଡବୁକ୍ ଅନୁସାରେ ନିର୍ବାଚନ କାର୍ଯ୍ୟକୁ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ସମସ୍ତ ତାଲିମ୍ କାର୍ଯ୍ୟକ୍ରମ ଓ ପୋଲିଂ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।ସମସ୍ତ ପୋଲିଂ ଅଫିସର ମାନଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ବିଷୟରେ ବିଷଦ ଭାବରେ ତାଲିମ ଦିଆଯାଇଛି lଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଶ୍ବନାଥ ସାହୁ ଓ ନୃସିଂହ ଚରଣ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ,ପିଡ଼ି ଡୁଡ଼ା,ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି. କୀର୍ତ୍ତୀ ଭାସନ, ଛତ୍ରପୁର ଓ ଭଞ୍ଜନଗର ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here