ରଙ୍ଗେଇଲୁଣ୍ଡା : ଉପାଧ୍ୟକ୍ଷ ପଦବୀ ପାଇଁ ଉପର ମହଲା ଭରସା

0
469

ରଙ୍ଗେଇଲୁଣ୍ଡା,୨୧/୦୩/୨୦୨୨:
ରଙ୍ଗେଇଲୁଣ୍ଡା ବ୍ଲକରେ ଆସନ୍ତା ୨୩ତାରିଖରେ ହେବାକୁ ଥିବା ବ୍ଲକ ଉପାଧକ୍ଷ ନିର୍ବାଚନ ରେ ପଦ ହାତେଇବା ପାଇଁ ୬ ଦାବିଦାର। ସେଥି ମଧ୍ୟରୁ ୩ମହିଳା ୩ପୁରୁଷ। ବହୁ ପ୍ରତିକ୍ଷୀତ ବ୍ଲକ ଅଧ୍ୟକ୍ଷା ପଦ ହାତେଇବା ପାଇଁ ଶାସକ ଦଳର ହାଇ ପ୍ରୋଫାଇଲ୍ ନେତାଙ୍କ ପାଖରେ ଭୁବନେଶ୍ବର ଯାଇ ଡେରା ପକାଇ ଅଧ୍ୟକ୍ଷା ପଦ ଚୟନ, ନାମକୁ ମାତ୍ର ନିର୍ବାଚନ କରାଯାଇଥିଲା। ପୁଣି ଦ୍ଵିତୀୟ ବାର ଚିନୀ ଉଷାରାଣୀ ଅଧ୍ୟକ୍ଷା ପଦ ହାତେଇଛନ୍ତି। ପୁଣି କଳ୍ପନା ଜଳ୍ପନା ମଧ୍ୟରେ ଉପାଧକ୍ଷ ପଦ। ଗତ ପାଞ୍ଚ ବର୍ଷ ଧରି ଉପାଧକ୍ଷ ପଦ ଶାସକ ଦଳ ହାତରେ ରହିଥିଲା ଏବଂ ଏବେ ମଧ୍ୟ ରହିବ ଏହା ସ୍ପଷ୍ଟ। ୫୫,୫୪ନଂ ଜୋନରୁ ଦୁଇଜଣଙ୍କ ମଧ୍ୟରୁ ସାତକୁଟୁଣି ପଞ୍ଚାୟତ ର ସମିତି ସଭ୍ୟ ବିଭୂତି ଭୂଷଣ ଲେଙ୍କା, ବକ୍ସିପଲ୍ଲି ର ସମତିସଭ୍ୟ ଜୟସେନ ସାହୁ ଦାବିଦାର ଥିବା ବେଳେ ଜଣେ ମହିଳା ଅନିତା ମହାଙ୍କୁଡ ମଧ୍ଯ ଦୌଡ ରେ ଅଛନ୍ତି। ୫୩ନଂ ଜୋନ ର ଜଣେ ନବାଗତ ହଳଦିଆପଦର ସମିତି ସଭ୍ୟ ତଥା ଯୁବ ଆଇନଯିବୀ କେ.ପ୍ରବୀଣ କୁମାର ଭୁବନେଶ୍ୱର ଯାଇ ବିଜେଡ଼ି ଦଳରେ ସାମିଲ ହୋଇ ସେ ପ୍ରତିଶ୍ରୁତି ପାଇଥିଲେ ଏଣୁ ସେ ମଧ୍ୟ ଦାବିଦାର ତାଲିକା ରେ ଅଛନ୍ତି। ଅଞ୍ଚଳରେ ବରିଷ୍ଠ ବ୍ୟକ୍ତି ମାନେ ମଧ୍ୟ ଆଶା ବାନ୍ଧି ରଖିଛନ୍ତି।ସେ ଜଣେ ଯୁବ ସଂଗଠକ ଭାବରେ ଅଞ୍ଚଳରେ ବେଶ ଜଣାଶୁଣା। ୫୫ନଂ ବିଭୂତି ଭୂଷଣ ଲେଙ୍କା ବରିଷ୍ଠ ନେତା ଫୁଲ୍ ଦମ୍ ରେ ଆଶା ରଖିଛନ୍ତି।ସେ ବହୁ ଦିନ ଧରି ଆଶା ରଖିଛନ୍ତି ଭୁବନେଶ୍ବର ରେ ପ୍ରତିଶ୍ରୁତି ମିଳିଥିବା ଚର୍ଚ୍ଚା ହେଉଛି। ସେ ବହୁ ଦିନ ଧରି ଅଞ୍ଚଳର ବିକାଶ ପଥରେ ଆଗେଇ ଆସି ସର୍ବଦା ଲୋକଙ୍କ ସମସ୍ୟା ଉପରେ ସବୁବେଳେ ଗୁରୁତ୍ୱ ଦେଉଥିବା ସେହିପରି ଆଉ ଜଣେ ୫୫ନଂ ଜୋନ୍ ଉପକୂଳ ପଞ୍ଚାୟତ ଅଂଚଳର ର ବରିଷ୍ଠ ଯୁବନେତା ଜୟ ସାହୁ ବାରମ୍ୱାର ନିର୍ବାଚନରେ ଜିତି ଦଳର ପତିଆରା ଜାହିର ରଖିଥିବା ବେଳେ ସମସ୍ତ ଙ୍କ ପ୍ରିୟ ପାତ୍ର ହୋଇ ରହିଛନ୍ତି। କୌଣସି ଲବି ରେ ରହି ନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କ ଭରସାରେ। ଆସ୍ଥା ଭାଜନ ହେଲେ ପାଇବେ ସେ ନିଜେ କିନ୍ତୁ ଆଶା ବାନ୍ଧି ରଖିଛନ୍ତି। ଆଗକୁ ଘୋଡ଼ା ବେପାର ହେବାର ସମ୍ଭାବନା ଅଧିକ ରହିଛି। ସଚିବ ଗୋପବନ୍ଧୁ ଦାସ କିନ୍ତୁ ସମସ୍ତଙ୍କୁ ଆଶା ଦେଇ ରଖିଛନ୍ତି। ୫୪ନଂ ରୁ ଯାଇ ୫୩ନଂ ଜୋନରେ ଜିତିଥିବା ଜଣେ ଆଗ ଧାଡ଼ିର ମହିଳା ନେତ୍ରୀ ବିଷ୍ଣୁପ୍ରିୟା ନାୟକ ମଧ୍ଯ ଆଶାୟୀ ଥିବା ବେଳେ ଏହିପରି ଅନେକ ମହିଳା ମାନଙ୍କ ମଧ୍ୟରେ ଆଶାୟୀ ପ୍ରାର୍ଥୀ ଥିବା ଜଣାପଡିଛି। ଏହି ମହିଳା ନେତ୍ରୀ ଙ୍କୁ ପ୍ରତ୍ୟେକ ପଦ ପଦବୀରେ ଉପେକ୍ଷିତ ହେଉଥିବା ଯୋଗୁଁ ମନରେ ଅସନ୍ତୋଷ କୁହୂଳି ରହିଥିବା ଚର୍ଚ୍ଚା ହେଉଛି। ଗତ ପାଞ୍ଚବର୍ଷ ନିଜ କାର୍ଯ୍ଯ କାଳରେ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ ଏବଂ ସ୍ଵତନ୍ତ୍ର ମହିଳା ମାନଙ୍କ ମଧ୍ୟରେ ଅଛନ୍ତି।୫୩ନଂ ଜୋନ ର ରଙ୍ଗୀପୁର ସମିତି ସଭ୍ୟା କବିତା ରାଣୀ ଦାସ ୧ନଂ ରେସ ରେ ଥିବା ଜଣା ପଡ଼ିଛି । ତାଙ୍କ ପରିବାରର ଅନେକ ସଦସ୍ୟ ରାଜନୀତି ସହିତ ସଂଶ୍ଳିଷ୍ଟ ଅଛନ୍ତି , ଅଞ୍ଚଳରେ ଦବ୍ ଦବା ରହିଛି। ପୂର୍ବତନ ଉପାଦକ୍ଷ ତଥା ବର୍ତମାନ ବ୍ଲକ ବିଜେଡ଼ି ସଭାପତି ଅଜିତ୍ କୁମାର ଦାସ ଙ୍କ ଭାଈ ବୋହୂ। ବାପା ଅମଳରୁ ବିଜୁବାବୁ ଙ୍କ ସହ ରାଜନୀତି ସହିତ ସଂଶ୍ଳିଷ୍ଟ। ଏହି ସମସ୍ତ ଙ୍କ ଭରଷା କେବଳ ଉପର ମହଲ ଉପରେ ବୋଲି ଚର୍ଚ୍ଚା ଜୋର ଧରିଛି। ଗତ ପାଞ୍ଚବର୍ଷ ଯେପରି ଗୋଟିଏ ପରିବାର ର ବ୍ଲକ ଦୁଇ ପଦ ହାତେଇବା ରେ ସକ୍ଷମ ହୋଇଥିଲେ ଏହି ପାଞ୍ଚ ବର୍ଷ ପାଇଁ ମଧ୍ଯ ହାତେଇବା ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ଯେଁଉ ପ୍ରାର୍ଥୀ ମାନେ ୧୫ଲକ୍ଷ ଦେବେ ସେହି ଲୋକ ବ୍ଲକ ଉପାଧକ୍ଷ ପାଇଁ ଆଗକୁ ବଢ଼ିବାରେ ସହଯୋଗ କରିପାରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ପ୍ରତ୍ୟେକ ସମିତି ସଭ୍ୟ ଙ୍କୁ ୫୦ହଜାର ଦେବାକୁ ମୂଲ ଚାଲ୍ ଛିଡିଛି।ଜଣେ ମହିଳା ନେତ୍ରୀ ୧୫ଲକ୍ଷ ଦେବାକୁ ଆଗେଇ ଆସି ଥିବା ଜଣାପଡିଛି। ସରକାର ମହିଳା କାର୍ଡ ଖେଳି ଜଣେ ମହିଳା ଙ୍କୁ ଅଧ୍ୟକ୍ଷା ପଦ ରେ ବସିଥିବା ବେଳେ ପୁଣି କିପରି ଜଣେ ମହିଳା ଙ୍କୁ ଉପାଧକ୍ଷ ବାସାଇବେ ତାହା ସମସ୍ତ ଙ୍କ ମନ ଭିତରେ ଆନ୍ଦୋଳିତ କରୁଛି। ସମସ୍ତଙ୍କ ସହମତି ଭିତ୍ତିରେ ଜଣେ ପୁରୁଷ ଙ୍କୁ ଉପାଧକ୍ଷ ପଦରେ ଅଳଙ୍କୃତ କଲେ ଆଗକୁ ରାଜନୈତିକ ପାଗ ଭଲ ହେବ ବୋଲି ଚର୍ଚ୍ଚା ହେଉଛି। ଯଦି ଜଣେ ମହିଳା ପ୍ରାର୍ଥୀ ଙ୍କୁ ଧରା ଯାଏ ତେବେ ଜଣେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇ କଣ ଠେସା ହୋଇ ରହିଥିବା ଚାନ୍ଦପୁର ପଞ୍ଚାୟତ ର ପ୍ରିୟଙ୍କା ଦଳେଇ ଙ୍କୁ ହତାଦର କରି ଅଧ୍ୟକ୍ଷା ପଦ ପାଇଁ ନିବୃତ୍ତ ରହିବା ପାଇଁ ପରାମର୍ଶ ମିଳିଥିଲା। ପ୍ରଥମ ଦାବିଦାରଙ୍କୁ ଉପାଧକ୍ଷା ପଦ ପ୍ରାଥମିକତା ଦିଆଯାଉ ବୋଲି ଚା ଖଟିରେ ଚର୍ଚ୍ଚା। ଯଦି ପୁରୁଷ ପ୍ରାର୍ଥୀଙ୍କୁ ଧରା ଯାଏ ତେବେ ୫୫ନଂ ଜୋନ୍ ରୁ ଜିତିଥିବା ନିସ୍ୱାର୍ଥପର, ଅଭିଜ୍ଞ, ବରିଷ୍ଟ ନେତା ଜଣଙ୍କୁ ଅଗ୍ରାଧିକାର ଭିତ୍ତିରେ ଦେଲେ ତାହା ସମସ୍ତ ଙ୍କ ପାଇଁ ଗ୍ରହଣୀୟ ହେବା ନେଇ ଚର୍ଚ୍ଚା। ଯୁବକ ମାନଙ୍କ ମଧ୍ୟରେ ଅଛନ୍ତି ନବାଗତ ଯୁବ ଆଇନଯିବୀ ସମିତିସଭ୍ୟ ଏବଂ ବରିଷ୍ଠ ଯୁବ ସଙ୍ଗଠକ ଉପକୂଳ ପଞ୍ଚାୟତ ର ସମିତି ସଭ୍ୟ ବାରମ୍ୱାର ଜିତିଥିବା ଯୁବ ନେତା।ଦେଖା ଯାଉ ଆଗକୁ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳୁଛି ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here