ଜାତୀୟ ଫୁଟବଲ ପ୍ରତିଯୋଗିତା ପାଇଁ ଆର୍ନ୍ତଜାତୀୟ ଫୁଟବଲ ରେଫରୀ ଓଡିଶାର ଶ୍ରୀ ସୁଜିତ ପାତ୍ରଙ୍କୁ ମୁଖ୍ୟ ରେଫରୀ ଭାବେ ନିଯୁକ୍ତି ।

0
200

ବ୍ରହ୍ମପୁର,୨୫/୦୩/୨୦୨୨:
ବ୍ରହ୍ମପୁର ନିବାସୀ, ଶ୍ରୀ ସୁଜିତ ପାତ୍ର ଜଣେ ଜଣାସୁଣା ସୁନାମଧନ୍ୟ ଦକ୍ଷ ଫୁଟବଲ ରେଫରୀ ଓ ଜଣେ ଆନ୍ତଃଜାତୀୟ ଫୁଟବଲ ରେଫରୀ । ଲଗାତାର ଭାବେ ଥାଇଲ୍ୟାଣ୍ଡର ବ୍ୟାଙ୍କକ୍ ଠାରେ ଆୟୋଜିତ ବିଶ୍ବ ଫୁଟବଲ ପ୍ରତିଯୋଗିତାରେ ଦକ୍ଷତାର ସହିତ ଖେଳ ପରିଚାଳନ କରିଛନ୍ତି ଓ ବିଶ୍ବ କପ ପ୍ରତିଯୋଗିତାର ବ୍ରାଜିଲ ବନାମ ଥାଇଲ୍ୟାଣ୍ଡ (ପୁରୁଷ ବିଭାଗ) ର ଫାଇନାଲ ମ୍ୟାଚ୍ ପରିଚାଳନା କରିବାର ଗୌରବ ଅର୍ଜନ କରିଛନ୍ତି ଆସନ୍ତା ମାର୍ଚ୍ଚ ମାସ ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ କେରଳର କୋଳିକୋଡ଼ଠାରେ ୮ମ ଜାତୀୟ ସିନିୟର ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ଏହି ପ୍ରତିଯୋଗିତା ରେ ମୁଖ୍ୟ ରେଫରୀ ଦାୟିତ୍ବ ତୁଲାଇବା ପାଇଁ ଶ୍ରୀଯୁକ୍ତ ପାତ୍ର ମନୋନୀତ ହୋଇଛନ୍ତି । ସୂଚନା ପ୍ରଦାନ କରିଛନ୍ତି ଓଡିଶା ଫୁଟଭଲି ସଂଘର ପ୍ରତିଷ୍ଠାତା ତଥା ଫୁଟଭଲି ମହାସଂଘର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ସହଦେବ ରାଉତ । ସୁଜିତ ପାତ୍ରଙ୍କ ଏହି ମର୍ଯ୍ୟାଦାପୂର୍ଣ୍ଣ ଜାତୀୟ ଖେଳ ପରିଚାଳନାର ଗୁରୁ ଦାୟିତ୍ବ ପାଇଥିବାରୁ ରାଜ୍ୟ ସଂଘର ସଭାପତି ଶ୍ରୀ ଦିଲ୍ଲିପ ପ୍ରଧାନ ଓ ସାଧାରଣ ସମ୍ପାଦକ ଶ୍ରୀ ପ୍ରଶନ୍ନ କୁମାର ରାଉତ ଓ ସମସ୍ତ କର୍ମକର୍ତ୍ତା ଶ୍ରୀ ପାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ମହାସଂଘକୁ ଧନ୍ୟବାଦ ଜଣାଇଛନ୍ତି

LEAVE A REPLY

Please enter your comment!
Please enter your name here