ବ୍ରହ୍ମପୁର ମହାନନଗର ନିଗମ ମେୟର ଭାବେ ବିଜେଡି ର ସଂଘମିତ୍ରା ଦଳେଇ ନିର୍ବାଚିତ, ବିଜେଡି ର ୩୦ ଜଣ କର୍ପୋରେଟର,ବିଜେପି ର ୭ କର୍ପୋରେଟର,କଂଗ୍ରେସ ର ଜଣେ କର୍ପୋରେଟର ଏବଂ ୪ ସ୍ୱାଧୀନ ପ୍ରାର୍ଥୀ କର୍ପୋରେଟର ନିର୍ବାଚିତ

0
493

ବ୍ରହ୍ମପୁର,୨୬/୦୩/୨୦୨୨: ବ୍ରହ୍ମପୁର ମହାନଗର ନିଗମ ର ମେୟର ପଦବୀ ପାଇଁ ଅନୁଷ୍ଠିତ ପ୍ରତ୍ୟକ୍ଷ ନିର୍ବାଚନରେ ବିଜେଡି ର ପ୍ରାର୍ଥନୀ ଶ୍ରୀମତୀ ସଂଘମିତ୍ରା ଦଳେଇ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥନୀ ଶ୍ରୀମତୀ ସବିତା ସୁଆର ପାଣିଗ୍ରାହୀ ଙ୍କୁ ୨୦୨୮୬ ଭୋଟ ରେ ପରାଜିତ କରିଛନ୍ତି।ଶ୍ରୀମତୀ ସଂଘମିତ୍ରା ଦଳେଇ ମୋଟ ୬୬୦୬୮ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥନୀ ଶ୍ରୀମତୀ ସବିତା ସୁଆର ପାଣିଗ୍ରାହୀ ୪୫୭୮୨ ଭୋଟ ପାଇଛନ୍ତି।ସେପରି କଂଗ୍ରେସ ପ୍ରାର୍ଥନୀ ଶ୍ରୀମତୀ ମଞ୍ଜୁ ରଥ ୬୭୬୮ଭୋଟ ପାଇଥିବା ବେଳେ ଆମ୍ ଆଦମୀ ପାର୍ଟିର ପ୍ରାର୍ଥନୀ ସି.ପ୍ରିୟଙ୍କା ୭୪୫୩ ଭୋଟ ପାଇଛନ୍ତି।ସେପରି ୪୨ଟି ଓ୍ବାର୍ଡ ପାଇଁ ଅନୁଷ୍ଠିତ ଭୋଟରେ
ବିଜେଡି ର ୩୦ ଜଣ କର୍ପୋରେଟର,ବିଜେପି ର ୭ କର୍ପୋରେଟର,କଂଗ୍ରେସ ର ଜଣେ କର୍ପୋରେଟର ଏବଂ ୪ ସ୍ୱାଧୀନ ପ୍ରାର୍ଥୀ କର୍ପୋରେଟର ଭାବେ ନିର୍ବାଚିତ ହୋଇଛନ୍ତି।ଓ୍ବାର୍ଡ ନଂ-୧ର ବିଜେଡ଼ି ପ୍ରାର୍ଥୀ ଏମ. ମିନାକ୍ଷୀ, ଓ୍ବାର୍ଡ ନଂ-୨ର ବିଜେଡ଼ି ପ୍ରାର୍ଥୀ ଏମ.ଆପ୍ପା ରାଓ,ଓ୍ବାର୍ଡ ନଂ-୩ ର ବିଜେପି ପ୍ରାର୍ଥୀ ସବିତା ସାହୁ,ଓ୍ବାର୍ଡ ନଂ-୪ର ସ୍ୱାଧୀନ ପ୍ରାର୍ଥନୀ ସନ୍ଧ୍ୟାରାଣୀ ଶୁକ୍ଳ, ଓ୍ବାର୍ଡ ନଂ-୫ ର ବିଜେଡ଼ି ପ୍ରାର୍ଥନୀ ପଦ୍ମିନୀ ମିଶ୍ର,ଓ୍ବାର୍ଡ ନଂ-୬ ର ବିଜେଡ଼ି ପ୍ରାର୍ଥନୀ ଶ୍ୱେତରେଖା ତ୍ରିପାଠୀ,ଓ୍ବାର୍ଡ ନଂ -୭ ର ବିଜେଡ଼ି ପ୍ରାର୍ଥୀ ଟି.କିଶୋର, ଓ୍ବାର୍ଡ ନଂ-୮ ର ବିଜେଡ଼ି ପ୍ରାର୍ଥୀ ଜାମୁଲା ଶ୍ରୀନୁ,ଓ୍ବାର୍ଡ ନଂ-୯ ର ବିଜେଡ଼ି ପ୍ରାର୍ଥୀ ସନ୍ତୋଷ ସେଠି, ଓ୍ବାର୍ଡ ନଂ-୧୦ର ବିଜେଡ଼ି ପ୍ରାର୍ଥନୀ ବିଷ୍ଣୁ ପ୍ରିୟା ସାହୁ,ଓ୍ବାର୍ଡ ନଂ -୧୧ର ବିଜେଡ଼ି ପ୍ରାର୍ଥୀ ଚିତ୍ରସେନ ମହାପାତ୍ର, ଓ୍ବାର୍ଡ ନଂ -୧୨ ର
ବିଜେଡ଼ି ପ୍ରାର୍ଥୀ ସୂଯ୍ୟକାନ୍ତ ସୁବୁଦ୍ଧି,ଓ୍ବାର୍ଡ ନଂ-୧୩ ର ବିଜେଡ଼ି ର ପ୍ରାର୍ଥନୀ ବବି ନାୟକ,ଓ୍ବାର୍ଡ ନଂ-୧୪ ର ବିଜେଡ଼ି ପ୍ରାର୍ଥନୀ ଗୀତାରାଣୀ ପଣ୍ଡା,ଓ୍ବାର୍ଡ -୧୬ ର କଂଗ୍ରେସ ପ୍ରାର୍ଥନୀ ରଶ୍ମିତା ପ୍ରଧାନ,ଓ୍ବାର୍ଡ ନଂ-୧୭ ର ବିଜେଡ଼ି ପ୍ରାର୍ଥୀ ଦୁର୍ଗା କୁମାର ନାୟକ, ଓ୍ବାର୍ଡ ନଂ-୧୮ ର ବିଜେଡ଼ି ପ୍ରାର୍ଥୀ ଅଶ୍ୱିନୀ ପଟ୍ଟନାୟକ, ଓ୍ବାର୍ଡ ନଂ-୧୯ ର।ବିଜେଡ଼ି ପ୍ରାର୍ଥନୀ କାଦମ୍ବନି ଦାସ,ଓ୍ବାର୍ଡ ନଂ-୨୦ ବିଜେପି ର ପ୍ରାର୍ଥୀ ରଞ୍ଜିତା ବେହେରା,ଓ୍ବାର୍ଡ ନଂ -୨୧ ର ବିଜେପି ପ୍ରାର୍ଥୀ ଡ଼ି କରୁଣା କର,ଓ୍ବାର୍ଡ ନଂ-୨୨ର ବିଜେପି ପ୍ରାର୍ଥୀ ପ୍ରଦୀପ(ବୁଟୁ)ଶତପଥୀ,ଓ୍ବାର୍ଡ ନଂ -୨୩ ର ବିଜେଡ଼ି ପ୍ରାର୍ଥନୀ ଆରତୀ ତନ୍ତି,ଓ୍ବାର୍ଡ ନଂ -୨୪ ର ସ୍ୱାଧୀନ ପ୍ରାର୍ଥୀ ପ୍ରଶାନ୍ତ ପଟ୍ଟନାୟକ,ଓ୍ବାର୍ଡ ନଂ-୨୫ର ସ୍ୱାଧୀନ ପ୍ରାର୍ଥୀ ନରସିଂହ ସେଠି,ଓ୍ବାର୍ଡ ନଂ-୨୬ ର ସ୍ୱାଧୀନ ପ୍ରାର୍ଥୀ ଧୀରେଶ ସାବତ,ଓ୍ବାର୍ଡ ନଂ-୨୭ର ବିଜେପି ପ୍ରାର୍ଥୀ ନୀଳକଣ୍ଠ ସାହୁ,ଓ୍ବାର୍ଡ ନଂ-୨୮ର ବିଜେଡ଼ି ପ୍ରାର୍ଥନୀ ପାର୍ବତୀ ପ୍ରଧାନ, ଓ୍ବାର୍ଡ ନଂ -୨୯ ର ବିଜେଡ଼ି ପ୍ରାର୍ଥୀ ସଞ୍ଜିତ ପାଣିଗ୍ରାହୀ,ଓ୍ବାର୍ଡ ନଂ-୩୦ ର
ବିଜେଡ଼ି ପ୍ରାର୍ଥନୀ ମମତା ପାତ୍ର,ଓ୍ବାର୍ଡ ନଂ-୩୧ର ସୁନିତା ପଟ୍ଟନାୟକ,ଓ୍ବାର୍ଡ ନଂ-୩୩ର ବିଜେଡି ପ୍ରାର୍ଥନୀ ପୁଷ୍ପାବତୀ ରାଓ,ଓ୍ବାର୍ଡ ନଂ-୩୪ର ବିଜେଡ଼ି ପ୍ରାର୍ଥୀ ତ୍ରିପତି ପାତ୍ର,ଓ୍ବାର୍ଡ ନଂ-୩୬ ର
ବିଜେଡ଼ି ପ୍ରାର୍ଥନୀ ସୋନାଲି ଗନ୍ତାୟତ,ଓ୍ବାର୍ଡ ନଂ-୩୭ର ବିଜେପି ପ୍ରାର୍ଥନୀ ବନିତା ସାହୁ,ଓ୍ବାର୍ଡ ନଂ-୩୮ ର ବିଜେଡ଼ି ପ୍ରାର୍ଥନୀ ସ୍ୱର୍ଣ୍ଣଲତା ସାବତ,ଓ୍ବାର୍ଡ ନଂ-୩୯ ବିଜେପି ପ୍ରାର୍ଥନୀ ସାବିତ୍ରୀ ନାୟକ,ଓ୍ବାର୍ଡ ନଂ-୪୦ର ବିଜେଡ଼ି ପ୍ରାର୍ଥୀ ଭାଗିରଥି ମହାରଣା,ଓ୍ବାର୍ଡ ନଂ-୪୧ର
ବିଜେଡ଼ି ପ୍ରାର୍ଥୀ ମଳୟ ବିଷୋୟୀ, ଓ୍ବାର୍ଡ ନଂ-୪୨ ର ବିଜେଡ଼ି ପ୍ରାର୍ଥୀ ବିବେକ ରେଡ୍ଡୀ ବିଜୟ ଲାଭ କରିଛନ୍ତି। ପୂର୍ବରୁ ଓ୍ବାର୍ଡ ନଂ-୧୫ ର ବିଜେଡି ପ୍ରାର୍ଥନୀ ଆର.ପାବନୀ,ଓ୍ବାର୍ଡ ନଂ-୩୨ ର ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ମହାରଣା ଏବଂ ଓ୍ବାର୍ଡ ନଂ-୩୫ ର ବିଜେଡି ପ୍ରାର୍ଥୀ ସମୀର ମିଶ୍ର ଅପ୍ରତିଦ୍ବନ୍ଦୀ ରହିଛନ୍ତି।

LEAVE A REPLY

Please enter your comment!
Please enter your name here