ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ଶିବିର କାର୍ଯ୍ୟକ୍ରମ ଉଦଯାପିତ।

0
446

ବ୍ରହ୍ମପୁର ,୧୨/୦୪/୨୦୨୨: ଭିଷ୍ମଗିରି ସ୍ଥିତ ରାମଜୀ ମହାବିଦ୍ୟାଳୟରେ ୮ ଦିନ ଧରି ଚାଲିଥିବା ନାରୀ ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ଦିଗପହଣ୍ଡି ଥାନା ମହିଳା ପୋଲିସ ଏଏସଆଇ ଶ୍ରୀମତୀ ଏ. ସ୍ୱର୍ଣ୍ଣ ଲତା ପାତ୍ର ଏସ ଆଇ ଶ୍ରୀ ବଳଭଦ୍ର ଗଣ୍ଡ ଏବଂ ଦିଗପହଣ୍ଡି ବାର କାଉନସିଲର ବରିଷ୍ଠ ଆଡଭୋକେଟ ସାମ୍ବାଦିକ ହରପ୍ରସାଦ ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ I ଅଧକ୍ଷ ଲକ୍ଷ୍ମୀକାନ୍ତ ମହାପାତ୍ର ଉତ୍ସବରେ ପୋରୋହିତ୍ୟ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ପ୍ରଧ୍ୟାପକ ଡ. ଅସିତ କୁମାର ଷଡଙ୍ଗୀ ଉତ୍ସବ ପରିଚାଳନା କରିଥିବା ବେଳେ ସ୍କୁଲର ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ l ମାଷ୍ଟର ଟ୍ରେନର ରୀନାରାଣୀ ପ୍ରଧାନ ଏବଂ ଜସ୍ମିନ୍ ସାହୁଙ୍କ ଦ୍ଵାରା ସଦ୍ୟ ପ୍ରଶିକ୍ଷଣ ଲାଭ କରିଥିବା ବିଦ୍ୟାଳୟର ଛାତ୍ରୀ ଅତିଥିଙ୍କ ସମ୍ମୁଖରେ ଆତ୍ମ ସୁରକ୍ଷା କୌଶଳ ପରିବେଷଣ କରିଥିଲେ । ମହିଳା ପୋଲିସ ଅଫିସର ଶ୍ରୀମତି ଏ. ସ୍ୱର୍ଣ୍ଣ ଲତା ପାତ୍ର ଅନ୍ୟ ଛାତ୍ରୀ ତଥା ଆଖ ପାଖ ମହିଳାମାନଙ୍କୁ ପ୍ରଶିକ୍ଷିତ କରିବାକୁ ପ୍ରଶିକ୍ଷିତା ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମହାପାତ୍ର ନିଜ ଅଭିଭାଷଣରେ ଛାତ୍ରୀମାନଙ୍କ ଆବଶ୍ୟକ ସ୍ଥଳେ କୌଶଳର ଉପଯୋଗ କରିପାରିବା ନେଇ ମତବ୍ୟକ୍ତ କରିଥିଲେ । ଆଇନଜୀବୀ ଶ୍ରୀ ହରପ୍ରସାଦ ରଥ ନାରୀ କିଭଳି ଭାବେ ନିଜକୁ ଉଭୟ ମାନସିକ ଏବଂ ଶାରୀରିକ ସ୍ତରରେ ସୁଦୃଢ ରଖିପାରିବ ଏବଂ ସମାଜରେ ତା ପ୍ରତି ହେଉଥିବା ଅତ୍ୟାଚାରକୁ ପ୍ରତିହତ କରିପାରିବା ସହିତ I ନାରୀ ସମାଜର ସଶକ୍ତିକରଣ ସମ୍ପର୍କରେ ଛାତ୍ରୀମାନଙ୍କୁ ଦୃଷ୍ଟାନ୍ତ ମୂଳକ ଅବତାରଣା କରିଥିଲେ । ଛାତ୍ରୀମାନଙ୍କ ପ୍ରଶିକ୍ଷଣ ସଂପୂଣ୍ଣ ପ୍ରମାଣ ପତ୍ର ଏବଂ ରିଏକ୍ଟ ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ପରିଶେଷରେ ସଂଯୋଜକ ଡ. ଅସିତ୍ କୁମାର ଷଡଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here