ସୋମନାଥ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

0
219

ବ୍ରହ୍ମପୁର , ୧୬/୦୪/୨୦୨୨:
ଧରାକୋଟ ବ୍ଲକ୍ ମୁଣ୍ଡମରାଇ ସୋମନାଥ ବିଜ୍ଞାନ ବିଦ୍ୟାଳୟର ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଅର୍ଥନୀତି ଅଧ୍ୟାପିକା ସଂଯୁକ୍ତା କୁମାରୀ ସାହୁଙ୍କ ନେତୃତ୍ୱରେ ଏହା ଦୀର୍ଘ ୮ ଦିନ ଧରି ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥିଭାବେ ଧରାକୋଟ ତହସିଲଦାର କବିରାଜ ପ୍ରଧାନ ଯୋଗଦେଇ ଶିକ୍ଷାର ଭିତ୍ତିଭୂମି ଉପରେ ଆଲୋକପାତ କରିଥିଲେ ।କଲେଜର ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ ସଭାରେ ସଭାପତିତ୍ୱ କରିଥିବାବେଳେ ଇତିହାସ ଅଧ୍ୟାପକ ରଞ୍ଜନ କୁମାର ପାଟ୍ଟଯୋଶୀ,ଓଡ଼ିଆ ଅଧ୍ୟାପିକା ଡ଼. ସୁମିତ୍ରା ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ । ଇଂରେଜ ଅଧ୍ୟାପକ ଜଗନ୍ନାଥ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରାଜନୀତି ଅଧ୍ୟାପକ ଦୁର୍ଗାପ୍ରସାଦ ଆଚାରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଓଡ଼ିଆ ଅଧ୍ୟାପିକା ବନ୍ଦନା ସାହୁ ସଂଯୋଜନା କରିଥିବାବେଳେ ଇତିହାସ ଅଧ୍ୟାପକ ଧନ୍ୟବାଦ ପ୍ରଦାନ କରିଥିଲେ । ପରିଶେଷରେ ଶିବିରର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here