କଙ୍କୋରଡ଼ା କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଉଦଯାପିତ

0
355

ସାନଖେମୁଣ୍ଡି ,୨୩/୦୪/୨୦୨୨: କଙ୍କୋରଡା ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ୮ ଦିନ ବ୍ୟାପୀ ଚାଲିଥିବା +୨ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି I ଅନୁଷ୍ଠିତ ଉଡୀଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପାଟପୁର ଥାନା ଅଧିକାରୀ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ , ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ଼. କୈଳାଶ ଚନ୍ଦ୍ର ସ୍ୱାଇଁ ,ରସାୟନ ବିଭାଗୀୟ ମୁଖ୍ୟ , ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ପାଟପୁର ଯୋଗ ଦେଇଥିଲେ I ଆୟୋଜିତ ଉଦଯାପନୀ ସମାରୋହରେ ମହାବିଦ୍ୟାଳୟର ଅଧକ୍ଷ ଡ଼. ପ୍ରଫୁଲ କୁମାର ରାଉତ ପୌରାହିତ୍ୟ କରିଥିଲେ । ସଂଯୋଜୀକା ଅଧ୍ୟାପିକା ଡ଼. ସସ୍ମିତା କୁମାରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମାଷ୍ଟର ତାଲିମଦାତ୍ରୀ ଶୁଚିସ୍ମିତ ପ୍ରଧାନ ଏବଂ ସାଗରିକା ମହାଙ୍କୁଡ ଛାତ୍ରୀଙ୍କ ଦ୍ଵାରା ଆତ୍ମରକ୍ଷା କୌଶଳ ଓ ନିପୁଣତାକୁ ପ୍ରଦର୍ଶିତ କରାଇଥିଲେ । ପରିଶେଷରେ ଅନୁଷ୍ଠାନର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶେଷରେ ଅତିଥିମାନଙ୍କ ଦ୍ଵାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା I ଇତିହାସ ବିଭାଗର ଅଧ୍ୟାପକ ଶ୍ରୀ ମନୋରଞ୍ଜନ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କଲେଜ କର୍ମଚାରୀଙ୍କ ସହ ଛାତ୍ରଛାତ୍ରୀ ଯୋଗଦେଇ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here