ଭଞ୍ଜନଗର ,୨୮/୦୪/୨୦୨୨: ଗଞ୍ଜାମ ପୋଲିସ ଜିଲ୍ଲା ତାରସିଂ ଥାନା ଆମ ପୋଲିସ ସମିତି ତରଫରୁ ଆଜି ଗୁରୁବାର ଦିନ ଗାୟାଗଣ୍ଡା ପଞ୍ଚାୟତ କାର୍ଯ୍ୟଳୟ ପରିସରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହେଇଯାଇଛି । ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ , ଏଏସଆଇ ଉଦୟ ନାଥ ସାହୁ ,ଗାୟାଗଣ୍ଡା ସରପଞ୍ଚ, ପୂର୍ବତନ ଶିକ୍ଷକ , ସମିତି ସଭ୍ୟଙ୍କ ସମେତ ୧୦୦ରୁ ଉର୍ଦ୍ଧ ମହିଳା ପୁରୁଷ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆଦିବାସୀ ଅଧୁଷିତ ତଥା ଉପାନ୍ତ ଅଞ୍ଚଳରେ ଗୁଣିଗାରେଡି ଭଳି ଦୁର୍ବଳ ମାନସିକତା ଅନେକ ସମୟରେ ସାମାଜିକ ସମସ୍ୟା ଓ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବାରୁ ଏଭଳି ବିଶ୍ବାସ ଠାରୁ ଦୂରେଇ ରହିବା ପାଇଁ ଉପସ୍ଥିତ ଥିବା ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଏହା ସହିତ ହେଲମେଟ ବ୍ୟବହାର , ପିଲିଥିନ ବ୍ୟବହାର କରିବା, ମଦ ନିଶା ଠାରୁ ଦୂରେଇ ରହିବା , ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମୟ ଭିତ୍ତିରେ କ୍ରମାନ୍ୱୟରେ ତାରସିଂ ଥାନା ଅଧିନରେ ଥିବା ବିଭିନ୍ନ ପଞ୍ଚାୟତରେ ଆମ ପୁଲିସ ସମିତି ତରଫରୁ ବୈଠକ କରାଯାଇ ଗୁଣିଗାରେଡ଼ି , ମଦ ଉପରେ ଜନସାଧାରଣଙ୍କ ସଚେତନତା କରାଇବା ସହ ଅସାମାଜିକ ବ୍ୟକ୍ତିଙ୍କ ଦୈରାମ୍ୟକୁ କିପରି ରୋକାଯାଇ ପାରିବ ସେ ନେଇ ଜନସାଧାରଣଙ୍କୁ ସଚେତନତା କରାଯିବ ବୋଲି ତାରସିଂ ଥାନା ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଥିଲେ ।




