ବ୍ରହ୍ମପୁର ,୨୯/୦୪/୨୦୨୨: ସହର ସନ୍ନିକଟ ତଥା ସହର ତଳି ଅଞ୍ଚଳସ୍ଥିତ ବ୍ରଜନଗର ଉନ୍ନୟନ ପରିଷଦ ପକ୍ଷରୁ ରେଡିଓ ଷ୍ଟେସନ ଠାରୁ ଲୋଚପଡା ପର୍ଯ୍ୟନ୍ତ ନିର୍ମାଣଧିନ ଥିବା ରାସ୍ତା ଏବଂ ଡ୍ରେନ କାମ ଦୀର୍ଘ ତିନି ବର୍ଷ ଧରି ଚାଲୁ ରହିଥିବା ଓ ସରିବାର ନାମ ନେଉନଥିବା ପ୍ରତିବାଦରେ ଏକ ଦାବୀ ପତ୍ର ନିର୍ବାହୀ ଯନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ସହକାରୀ ଯନ୍ତ୍ରୀ ନିର୍ମଳ ନାୟକଙ୍କୁ ପ୍ରଦାନ କରାଯାଇଛି।ଏଠାରେ ଉଲ୍ଲେଖଯୋଗ୍ୟ ଯେ ରେଡିଓ ଷ୍ଟେସନ ଠାରୁ ଲୋଚାପଡା ରାସ୍ତା ଏବଂ ଡ୍ରେନ ନିର୍ମାଣ ଦୀର୍ଘ ତିନି ବର୍ଷ ଧରି ମନ୍ଥର ଗତିରେ ଚାଲୁଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ଏବଂ ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ହେବା ସହ ପ୍ରତିଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଗଠୁଥିବା ନଜରକୁ ଆସୁଛି । ସମ୍ପ୍ରତି ଏହି ରାସ୍ତା ସହରର ଏକ ବ୍ୟସ୍ତ ବହୁଳ ଓ ବିଭିନ୍ନ ଗ୍ରାମାଞ୍ଚଳ ସହ ସହରକୁ ଯୋଡ଼ିବାରେ ଏକ ଗୁରୁତ୍ବପୂର୍ଣ୍ଣ ରାସ୍ତା ରୂପେ ପରିଗଣିତ କରାଯାଉଛି ।କିଛିଦିନ ପରେ ବର୍ଷା ଦିନ ଆସୁଥିବାରୁ ରାସ୍ତା ଏବଂ ଡ୍ରେନ ନିର୍ମାଣ କାମ ତ୍ୱରାନ୍ୱିତ କରି ସମ୍ପୂର୍ଣ୍ଣ କରା ନଯାଏ , ତାହାହେଲେ ବର୍ଷା ହେଲେ ନାଳ ନର୍ଦ୍ଦମା ପାଣି ରାସ୍ତାରେ ଲହଡ଼ି ମାରିବା ସହ ନିର୍ମାଣଧିନ ରାସ୍ତାଟି ନଷ୍ଟ ହେଇଯିବା ନେଇ ପରିଷଦ ତରଫରୁ ସହକାରୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।ଦାବୀ ପତ୍ର ଗ୍ରହଣ କରି ସହକାରୀ ଯନ୍ତ୍ରୀ ନିଜ ପ୍ରତିକ୍ରିୟାରେ ସେ ଏଥିନେଇ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ରାସ୍ତାକାମ ଚଳିତ ମେ ୧୫ ପୂର୍ବରୁ ସାରିବା ପାଇଁ ପ୍ରଯତ୍ନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହା ସହିତ ଡ୍ରେନ ନିର୍ମାଣ କାର୍ଯ୍ୟ ବର୍ଷା ଦିନ ପୂର୍ବରୁ ସାରିଦେବାକୁ କାମ ନେଇଥିବା ଠିକା ସଂସ୍ଥାକୁ କୁହାଯିବ ବୋଲି କହିଥିଲେ । ପରିଷଦ ପକ୍ଷରୁ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାମ ସାରିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ନିବେଦନ କରାଯିବା ସହ ଏଥିରେ ଖିଲାପ ହେଲେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବାକୁ ପରିଷଦ ବାଧ୍ୟ ହେବ ବୋଲି ଦାବୀ ପତ୍ରରେ ଚେତେଇ ଦିଆଯାଇଛି । ଆଜିର ଦାବୀ ପତ୍ର ପ୍ରଦାନ ସମୟରେ ବ୍ରଜନଗର ଉନ୍ନୟନ ପରିଷଦ ସଭାପତି ଡ .ଶିବ ପ୍ରସାଦ ମିଶ୍ର , ସମ୍ପାଦକ ସଞ୍ଜୀବ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଟି ସ୍ବଦେଶ କୁମାର ପାତ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରୀ, କୋଷାଧ୍ୟକ୍ଷ ବି ଭି ସାଗର, ସଂଯୋଜକ ସି ଏଚ ରାମ କ୍ରିଷ୍ଣା ଦାସ , ଉପଦେଷ୍ଟା ଗଣେଶ ଚନ୍ଦ୍ର ଦାସ ଓ ସୁରେଶ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
Home ବ୍ରହ୍ମପୁର ସ୍ପେଶାଳ ବର୍ଷାଋତୁ ପୂର୍ବରୁ ନିର୍ମାଣଧିନ ରେଡ଼ିଓ ଷ୍ଟେସନ – ଲୋଚାପଡ଼ା ରାସ୍ତା ଓ ନାଳ କାମ ସାରିବାକୁ...





