ବ୍ରହ୍ମପୁର, ୩୦/୦୪/୨୦୨୨:ଆଇ-ଜି ଡ୍ରୋନସ ଓ ନିଷ୍ଟ କଲେଜ ବ୍ରହ୍ମପୁର ମଧ୍ୟରେ ପ୍ରଯୁକ୍ତି ବିକାଶ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇ ଯାଇଛି। ନିକଟ ଭବିଷ୍ୟତ ରେ ଡ୍ରୋନ ର ବହୁଳ ବ୍ୟବହାର ଅନେକ କ୍ଷେତ୍ର ରେ ହେବାକୁ ଯାଉଛି, ଯେପରିକି ବନ୍ଧ ଓ ରାସ୍ତା ଅବକ୍ଷଣ, ଜଳସେଚନ, କୃଷି, ବିପର୍ଯ୍ୟୟ ପରିଚାଳନା, ଖଣି ସର୍ବେକ୍ଷଣ (ସିଭିଲ), ଉଚ୍ଚ ଭୋଲ୍ଟେଜ ବିଦ୍ୟୁତ ସରବରାହ ପ୍ରଣାଳୀ (ଇଲେକ୍ଟ୍ରିକାଲ), ବହୁ-ଉଚ୍ଚ ସଂଯନ୍ତ୍ର ର ନିରୀକ୍ଷଣ (ମେକାନିକାଲ ଇଞ୍ଜିନିଅରିଂ), ଖୁଚୁରା ବିକ୍ରୟ, ଯୁଦ୍ଧ, ମତ୍ସ୍ୟ ଓ ପଶୁପାଳନ ଇତ୍ୟାଦିରେ ଡ୍ରୋନ ର ଅନେକ ପ୍ରକାର ବ୍ୟବହାର ରହିଛି। ୨୦୨୫ ସୁଦ୍ଧା ଦେଶରେ ଆସିବାକୁଥିବା ଡ୍ରୋନ ର ବହୁଳ ଚାହିଦା ଓ ବର୍ତ୍ତମାନ ସମୟ ରେ ଚୀନ ଉପରେ ଆମର ନିର୍ଭରତା କୁ ଆଖି ଆଗରେ ରଖି, କେନ୍ଦ୍ର ସରକାରଙ୍କ ତରଫ ରୁ ଡ୍ରୋନ ଜ୍ଞାନ କୌଶଳ ଉପରେ ବହୁତ ଗୁରୁତ୍ୱ ଦିଆଯାଉଛି। ଯେହେତୁ ନିଷ୍ଟ ଏକ ଅଗ୍ରଣୀ ଇଞ୍ଜିନିଅରିଂ ଅନୁଷ୍ଠାନ, ତଥା ଏଠାରେ ବିଭିନ୍ନ ବିଭାଗ ରେ ଅଭିଜ୍ଞ ଗବେଷକମାନେ କାର୍ଯ୍ୟରତ ଅଛନ୍ତି।ତେଣୁ ନିଷ୍ଟ ର ସହଭାଗିତା ରେ ସମ୍ପୂର୍ଣ୍ଣ ସ୍ବଦେଶୀ ଡ୍ରୋନ ର ନିର୍ମାଣ କରିବାକୁ ଏହି ସହବନ୍ଧନ କରା ଯାଇଛି। ଏହାକୁ ନିଷ୍ଟ୍ ଅଧ୍ୟକ୍ଷ ଡ଼ ପ୍ରିୟଦର୍ଶୀ ତ୍ରିପାଠୀ, ଆଇ ଜି ଡ୍ରୋନସ ର ସହ-ସଂସ୍ଥାପକ ଶ୍ରୀ ବୋଧିସତ୍ତ୍ଵ ସଂଘପ୍ରିୟ ସ୍ବାକ୍ଷର କରିଥିଲେ। ଏ ଅବସର ରେ ନିଷ୍ଟ ର ରେଜିଷ୍ଟ୍ରାର ଇଂ କ୍ଷୀରୋଦ ଚନ୍ଦ୍ର ମହାପାତ୍ର, ପରିଚାଳନା ସମିତି ସଦସ୍ୟ ଇଂ ବିମଳ କୃଷ୍ଣ ମିଶ୍ର, ପ୍ରୋ ପ୍ରତୋଷ ବଂଶଲ, ପ୍ରୋ ପି. କେ. ପାଢ଼ୀ, ବିଭାଗ ମୁଖ୍ୟ ଡ଼ ସଚିଦାନନ୍ଦ ପ୍ରସାଦ (ଇଲେକ୍ଟ୍ରିକାଲ), ଡ଼ ବରଦା ପ୍ରସାଦ ସେଠୀ (ସିଭିଲ), ଡ଼ ସୁଧୀର ରଞ୍ଜନ ପଟନାୟକ (କମ୍ପୁଟର), ତଥା ନିଷ୍ଟ୍ ଶିଳ୍ପ ସହଭାଗିତା ଏକକ (i3CC) ର ଡ଼ ଅଶ୍ବିନୀ ନାୟକ, ଡ଼ ସୁଶାନ୍ତ ସାହୁ, ଡ଼ ସନ୍ଦୀପନ ମଲ୍ଲିକ ଉପସ୍ଥିତ ଥିଲେ। ନିଷ୍ଟ ର ପ୍ରତିଷ୍ଠାତା ଡ଼ ସୁକାନ୍ତ କିଶୋର ମହାପାତ୍ର ଭିଡ଼ିଓ କନଫରେନ୍ସ ମାଧ୍ୟମ ଯୋଗ ଦେଇଥିଲେ। ଏହି ସହଭାଗିତା ର ପ୍ରଥମ ସୋପାନ ରେ ଡ୍ରୋନ ର ନିୟନ୍ତ୍ରଣ ଓ ବିଶ୍ଳେଷଣ ପାଇଁ ସଫ୍ଟୱେର ତିଆରି କରାଯାଇ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷିତ କରାଯିବ, ଏବଂ ପରେ ପରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳ ରେ ଡ୍ରୋନ ର ପ୍ରତ୍ୟେକ ଯନ୍ତ୍ରାଂଶ ତିଆରି କରାଯିବ।
Home ବ୍ରହ୍ମପୁର ସ୍ପେଶାଳ ଆଇ-ଜି ଡ୍ରୋନସ ଓ ନିଷ୍ଟ କଲେଜ ମଧ୍ୟରେ ପ୍ରଯୁକ୍ତି ବିକାଶ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ




