Home ବ୍ରହ୍ମପୁର ସ୍ପେଶାଳ ପାଟପୁର କଲେଜ ଅଧ୍ୟକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

ପାଟପୁର କଲେଜ ଅଧ୍ୟକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

0
415

ବ୍ରହ୍ମପୁର, ୩୦/୦୪/୨୦୨୨: ସାନଖେମୁଣ୍ଡି ବ୍ଲକ୍ ଅଧୀନ ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମହେଶ ଚନ୍ଦ୍ର ଦାଶ ଆଜି ଅବସର ଗ୍ରହଣ କରିଛନ୍ତି । ଶ୍ରୀ ଦାଶ ଅକ୍ଟୋବର ୧୮ ଠାରୁ କଲେଜରେ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଭାବେ ଯୋଗଦେଇଥିବା ବେଳେ ଜାନୁୟାରୀ ପହିଲା ୨୦୨୧ ରୁ ଭରପ୍ରାପ୍ତ ଅଧ୍ୟକ୍ଷ ଭାବେ ଅବସ୍ଥାପିତ ଥିଲେ । ନିଜର ଚିରାଚରିତ ଆଦର୍ଶ ଛାତ୍ରବତ୍ସଳ ମନୋଭାବ ସହ ଶିକ୍ଷାଦାନ ଏବଂ ଅନୁଶାସନର ପରାକାଷ୍ଠାରେ ସୀମିତ ସମୟରେ କଲେଜ ପରିବେଶକୁ ଆପଣାର କରିପାରିଥିଲେ । ଆଜି ନିଜର ପ୍ରିୟ ଅଧ୍ୟକ୍ଷଙ୍କ ଶେଷ କାର୍ଯ୍ୟଦିବସ ଅବସରରେ କଲେଜ ପରିବେଶ ଭାବୋଧିପକ ହୋଇଥିଲା ବେଳେ ଉଭୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ ସହ ଅଧ୍ୟକ୍ଷ ଶ୍ରୀ ଦାଶଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରାଧ୍ୟାପିକା ଡ଼ଃ ଶ୍ରୀମତୀ ସୁଦେଶ୍ନା ଚୌଧୁରୀ ପୌରହିତ୍ୟ କରିଥିବା ବେଳେ ବିଦାୟୀ ଅଧ୍ୟକ୍ଷ ଶ୍ରୀ ମହେଶ ଚନ୍ଦ୍ର ଦାଶ , କଲେଜ ଷ୍ଟାଫ୍ କମିଟି ସେକ୍ରେଟାରୀ ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ସ୍ବାଇଁ ପ୍ରମୁଖ ମଞ୍ଚାସିନ ରହି ଅଧ୍ୟକ୍ଷ ଶ୍ରୀ ଦାଶଙ୍କ କର୍ତବ୍ୟମୟ ଜୀବନର କିଛି ସ୍ମରଣୀୟ ମୂହୁର୍ତ୍ତକୁ ଅବତାରଣା କରିଥିଲେ । ଶ୍ରୀ ଦାଶଙ୍କ ଉଦ୍ଧେଶ୍ୟରେ ପ୍ରଧ୍ୟାପିକା ଶ୍ରୀମତୀ ଚୌଧୁରୀଙ୍କ ରଚିତ ଏକ କବିତାକୁ ମିସ ସଂଜୀବନୀ ଜେନା ଆବୃତ୍ତି କରିଥିଲେ । ଇଂରାଜୀ ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ ପ୍ରାରମ୍ଭିକ ସଙ୍ଗୀତ ଗାନ ସହ ଉପସ୍ଥିତ ମଞ୍ଚାସିନ ଅତିଥି ନିଜନିଜ ଅଭିଭାଷଣରେ ଅବସର ଜନିତ ଅଜଣା ପରିତାପ ଏବଂ ପରବର୍ତ୍ତୀ କାର୍ଯ୍ୟଧାରାକୁ ନେଇ ବକ୍ତବ୍ୟ ରଖିଥିଲେ । ପରମୁହୁର୍ତରେ ବିଦାୟୀ ଅଧ୍ୟକ୍ଷାଙ୍କୁ ଫୁଲତୋଡ଼ା , ଉପଢୌକନ ପ୍ରଦାନ କରାଯାଇ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଭଳି ସ୍ମରଣୀୟ ମୁହୁର୍ତ୍ତ ସବୁ କର୍ମଚାରୀଙ୍କ ପାଇଁ ରହିଥିବାରୁ ଏହାର ମହତ୍ତ୍ୱକୁ ଗୁରୁତ୍ଵ ଦେଇ ନିଜର କର୍ତ୍ତବ୍ୟ ସାଧନ କରିବାକୁ ବିଦାୟୀ ଅଧ୍ୟକ୍ଷ ଆହ୍ଵାନ ଦେଇଥିଲେ । କର୍ମମୟ ଜୀବନରେ କରିଥିବା ହିତକାର୍ଯ୍ୟ ବ୍ୟକ୍ତିତ୍ଵକୁ ରସାଣିତ କରୁଥିବା ନେଇ ନିଜ ଉପଲବ୍ଧି ଅବତାରଣା କରିଥିଲେ । ସଭା ଶେଷରେ ଅଧ୍ୟକ୍ଷ ଶ୍ରୀ ଦାଶ ନିଜ ଶେଷ କାର୍ଯ୍ୟଦିନ ଅବସରରେ ନିଜ ଦାୟିତ୍ଵ ପ୍ରାଧ୍ୟାପିକା ଡଃ ଶ୍ରୀମତୀ ଚୌଧୁରୀଙ୍କୁ ହସ୍ତାନ୍ତର କରିଥିଲେ । ପରିଶେଷରେ ଅଧ୍ୟାପକ ତ୍ରିଲୋଚନ ଜେନା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଇଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!