ସଘନ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ସଚେତନତା ରଥ ଶୁଭାରମ୍ଭ

0
356

ବ୍ରହ୍ମପୁର, ୩୦/୦୪/୨୦୨୨:ଆଜି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଠାରେ ସଘନ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ସଚେତନତା ରଥକୁ ମାନ୍ୟବର ବ୍ରହ୍ମପୁର ମେୟର, ଡେପୁଟି ମେୟର ଓ କମିଶନରଙ୍କ ଦ୍ବାରା ଉଦଘାଟିତ ହୋଇଅଛି । ଏହି ରଥ ସାତ ଦିନ ପର୍ଯ୍ୟନ୍ତ ସମସ୍ତ ୱାର୍ଡ ଭ୍ରମଣ କରି ସଘନ ମିଶନ ଇନ୍ଦ୍ରଧନୁଷ ର ସଚେତନ ବାର୍ତ୍ତା ପ୍ରଦାନ କରିବ । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଏହି ଯେ ‘ଯେଉଁ ଗର୍ଭବତୀ ମା’ ଓ ନବଜାତ ଶିଶୁ ମାନେ (୦-୨ ବର୍ଷ) ଟୀକାକରଣରୁ ବଞ୍ଚିତ ରହିଯାଇଛନ୍ତି

ସେମାନଙ୍କର ଟୀକାକରଣ କରାଇ ମୁଖ୍ୟ ଧାରାକୁ ଆଣିବା।’ ଏଥୁରେ ସମୁଦାୟ ୧୨ ଟି ରୋଗ ପାଇଁ ୧୧ ଟି ଟୀକାର ବ୍ୟବସ୍ଥା ଅଛି ।

ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ (ମାର୍ଚ୍ଚ ୨୦୨୨) ରେ ୫୮ ଟି ଗର୍ଭବତୀ ମା’ ଓ ୧୩୫ ଟି ନବଜାତ ଶିଶୁ ଏବଂ ଦ୍ବିତୀୟ ପର୍ଯ୍ୟାୟ

(ଏପ୍ରିଲ ୨୦୨୨) ରେ ୨୦ ଟି ଗର୍ଭବତୀ ମା’ ଓ ୬୯ ଟି ନବଜାତ ଶିଶୁ କୁ ଟୀକାକରଣ କରାଯାଇଅଛି । ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ,(ମେ ୨୦୨୨) ରେ ୧୨ ଟି ଗର୍ଭବତୀ ମା’ ଓ ୫୩ ଟି ନବଜାତ ଶିଶୁ ଙ୍କ ଟୀକାକରଣ କରିବାର ଯୋଗ୍ୟ ହିତାଧ୍ୟାକାର ତାଲିକା ପ୍ରସ୍ତୁତ କରାଯାଇଅଛି । ଏହି କାର୍ଯ୍ୟକ୍ରମ ରେ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ତରଫରୁ ଅତିରିକ୍ତ ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼. ମନୋଜ
କୁମାର ପଣ୍ଡା ଓ ସହରାଞ୍ଚଳ କାର୍ଯ୍ୟକ୍ରମ ପରିଚାଳକ ପ୍ରମୁଖ ଶ୍ରୀ ଲମ୍ବୋଦର ଦିଗଲ ସହିତ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here