ଗ୍ରାମ ଦେବତୀ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବମୁଖର କୁମାର ପାଣି .

0
499

ଗଞ୍ଜାମ,୦୧/୦୫/୨୦୨୨ :ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକଅଧିନସ୍ଥ କୁମାରପାଣି ପଞ୍ଚାୟତ ର କୁମାରପାଣି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ଶ୍ରୀ ମା ଗ୍ରାମ ଦେବତୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ଆରମ୍ଭ ହୋଇଛି l ବହୁ ଦିନର ପୁରୁଣା ମନ୍ଦିରଟି ରାସ୍ତା ଠାରୁ ବହୁତ ଖାଲ ରେ ରହିବା ଫଳରେ ବର୍ଷା ପାଣି ଜମି ବିଭିନ୍ନ ସମସ୍ୟା ସହିତ ଭଗ୍ନ ଅବସ୍ଥା କୁ ମଧ୍ୟ ଆସିଯାଇଥିଲା, ଏହାକୁ ଦୃଷ୍ଟି ରେ ରଖି ଗ୍ରାମ ବାସି ମାନେ ନୂତନ ମନ୍ଦିର କରିବାକୁ ଅଣ୍ଟା ଭିଡ଼ିଥିଲେ l ଏହି ମନ୍ଦିର କାର୍ଯ୍ୟ ପାଇଁ ଗ୍ରାମ ବାସି ଓ ସୁରତ ରେ କାମ କରୁଥିବା ଯୁବକ ବନ୍ଧୁ ମାନେ ଆର୍ଥିକ ସାହାଯ୍ୟ ଦେଇ ନୂତନ ମନ୍ଦିର ନିର୍ମାଣ କରିଥଲେ l କିନ୍ତୁ କିଛି ବର୍ଷ ଆଗରୁ ହେବାରଯୋଜନା ଥିଲେ ମଧ୍ୟ କରୋନା ନିୟମ କୁ ଦୃଷ୍ଟି ରେ ରଖି ତାହା ହୋଇପାରି ନଥିଲା।ଏହି ବର୍ଷ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ମେ ୧ ରେ ଆରମ୍ଭ ହୋଇ ମେ ୯ ରେ ଶେଷ ହେବ l ଦୀର୍ଘ ଦିନ ବ୍ୟାପୀ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆସନ୍ତା ୧ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ପୂଜା କାର୍ଯ୍ୟକ୍ରମ ଓ ୮ ଏବଂ ୯ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏଥିରେ ୮ତାରିଖ ଦିନ “ଭାରତ ଲୀଳା” ବାଦ ସ୍ଥଳ ଓ ୯ତାରିଖ ଦିନ ପୌରାଣିକ ନାଟକ” ରାମାୟଣ” ପରିବେଷଣ ହେବ ।ଏହି ପ୍ରତିଷ୍ଠା ଉତ୍ସବ ରେ ବହୁ ଭକ୍ତ ଓ ଦର୍ଶକ ଙ୍କ ସମାଗମକୁ ଦୃଷ୍ଟିରେ ରଖି ପାନୀୟ ଜଳ, ସ୍ବାସ୍ଥ୍ୟ ଓ ଶାନ୍ତି ଶୃଙ୍ଖଳା କୁ ଗୁରୁତ୍ଵ ଦିଆଯାଇଛି । ଏଥିପାଇଁ ପୋଲିସ ଓ ପ୍ରଶାସନ ର ସାହାଯ୍ୟ ଲୋଡ଼ିଛନ୍ତି ଯାତ୍ରା ପରିଚାଳନା କମିଟି ।

LEAVE A REPLY

Please enter your comment!
Please enter your name here