ବୁଗୁଡା, ୦୧/୦୫/୨୦୨୨: ବୁଗୁଡା ବ୍ଲକର ଷୋହଳ ମଇଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଗ୍ରାମ କେଶରୀ ସାହୁ ଏପ୍ରିଲ ୩୦ ତାରିଖ ଦିନ ଅବସର ଗ୍ରହଣ କରିଥିବା ଜଣାପଡିଛି। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କୁ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ପ୍ରୋଭିଜନାଲ ପେନସନ ପତ୍ର ପ୍ରଦାନ କରିଥିଲେ। ବିଇଓ ଅଫିସ ପକ୍ଷରୁ ଶ୍ରୀ ସାହୁଙ୍କୁ ଉପଢୌକନ ପ୍ରଦାନ କରି ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଫିସର ମୁଖ୍ୟ କିରାଣୀ ଭାସ୍କର ଚନ୍ଦ୍ର ସାହୁ, ବି.ଦୁର୍ଗା ପ୍ରସାଦ, ମନୋରଞ୍ଜନ ମିଶ୍ର,ଓ ସିଆରସିସି ତ୍ରିନାଥ ମହାରଣା ଉପସ୍ଥିତ ରହିଥିଲେ। ଶ୍ରୀ ସାହୁଙ୍କ ଅବସରକାଳୀନ ସମୟ ଶାନ୍ତିରେ କଟିବାକୁ ସମସ୍ତେ କାମନା କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା





