ଡ଼ା. ତିରୁପତି ସାହୁ ପାଇଲେ ବୈଷ୍ଣବ ପାଣି କଳା ସ୍ମୃତି ସମ୍ମାନ

0
400

ବ୍ରହ୍ମପୁର,୦୧/୦୫/୨୦୨୨ : ଗଣକବି ବୈଷ୍ଣବ ପାଣିଙ୍କ ୬୬ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ କଟକ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ବି ଗ୍ରୁପ୍ ପ୍ରେକ୍ଷାଳୟ ଠାରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରିପତି ସାହୁ ପଞ୍ଚାୟତିରାଜ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ଵାରା ‘ଗଣକବି ବୈଷ୍ଣବ ପାଣି କଳା ସ୍ମୃତି ସମ୍ମାନ’ରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଅନ୍ନପୂର୍ଣ୍ଣା ଥିଏଟର ବି ଗ୍ରୁପ୍ ଓ ସମ୍ଭବ କଳା ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ସମ୍ଭବ ସଭାପତି ସୁକାନ୍ତ ଧଳ ପୌରୋହିତ୍ୟ କରିଥିବା ବେଳେ କଟକ ମହାନଗର ନିଗମ ମେୟର ସୁବାସ ଚନ୍ଦ୍ର ସିଂହ, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, ଓଡ଼ିଶା କ୍ରିକେଟ ଆସୋସିଏସନ୍ ସମ୍ପାଦକ ସଞ୍ଜୟ ବେହେରା, ଆକାଶବାଣୀ ଶ୍ରୋତା ପରିଷଦ ସଭାପତି ଅଜୟ କୁମାର ମହାନ୍ତି, ଗଣକବି ବୈଷ୍ଣବ ପାଣି ସ୍ମୃତି ପରିଷଦ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଷଡ଼ଙ୍ଗୀ, ଅନ୍ନପୂର୍ଣ୍ଣା ବି ଗ୍ରୁପ୍ ସଭାପତି ପ୍ରଣବ କର, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀ କାନ୍ତ ସାହୁ, କର୍ପୋରେଟର ଏସ. ଶ୍ରୀଦେବୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନାଟ୍ୟ କ୍ଷେତ୍ରରେ ଗଣକବିଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସମ୍ଭବ ପକ୍ଷରୁ ନାଟ୍ୟକାର ଅଭୟ କୁମାର ଦାସଙ୍କ ଦ୍ଵାରା ରଚିତ ଓ ନିର୍ଦ୍ଦେଶିତ ଗଣକବିଙ୍କ ବାଲ୍ୟ ଜୀବନୀ ସମ୍ବଳିତ ନାଟକ ‘ସମ୍ଭବ’ ଖୁବ୍ ସଫଳତାର ସହ ମଞ୍ଚସ୍ଥ ହୋଇଥିଲା । ଏଥିରେ ରାଧା ମୋହନ ଦଳବେହେରା, ଅଭୟ କୁମାର ଦାସ, ଡା. ତିରୁପତି ସାହୁ, ସୁବାସ ଚନ୍ଦ୍ର ସାହୁ ରୋଶନ୍, ଦେବେନ୍ଦ୍ର ନାଥ ଶର୍ମା, ଆୟୁଷୀ ସାହୁ, ସାଇ ଶୁଭ ଶତପଥୀ, ସୁପ୍ରିୟା ଧଳ, କୁନି ମହଲା ପ୍ରମୁଖ କଳାକାରମାନେ ଅଭିନୟ କରିଥିବା ବେଳେ ଗୁରୁ ଆଶିଷ ଦାସ, ବିନୟ କୁମାର ଦାଶ ନୃତ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସମ୍ଭବ ସମ୍ପାଦକ ଅକ୍ଷୟ ରାଉଳ ସ୍ବାଗତ ଭାଷଣ ଦେଇଥିଲେ ଓ ପରିଶେଷରେ ଗୀତିକାର ବିଶ୍ଵେଶ୍ୱର ମହାନ୍ତି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here