ପିଏମ୍ଇସି ରେ ପଶୁ ପକ୍ଷୀଙ୍କ ପାଇଁ ଜଳଛତ୍ର

0
176

ବ୍ରହ୍ମପୁର,୦୨/୦୫/୨୦୨୨:
ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ବାଢ଼ିବା ସାଙ୍ଗକୁ ମୁଣ୍ଡଫଟା ଖରା ଅସହ୍ୟ ହୋଇଯାଇଛି। ମଣିଷ ମାନେ ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ପଶୁପକ୍ଷୀ ଙ୍କୁ କିଏ ପଚାରେ।ହେଲେ ବ୍ରହ୍ମପୁର ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର ମାନେ କିନ୍ତୁ ନେଇଛନ୍ତି ଏକ ନିଆଁରା ପ୍ରୟାସ। ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହୁଥିବା ପଶୁପକ୍ଷୀ ମାନଙ୍କ ଦୁଃଖ ଜାଣି ସେମାନଙ୍କ ନିକଟରେ ପାଣି ପହଞ୍ଚାଇବାକୁ ନେଇଛନ୍ତି ଛୋଟ ଛୋଟ ପ୍ରୟାସ। ବିଗତ ବର୍ଷ ଏହି ଗ୍ରୀଷ୍ମ ଦିନରେ ପ୍ଲାଷ୍ଟିକ ବୋତଲ ଓ ଅଦରକାରୀ ପ୍ଲାଷ୍ଟିକ ବାଲତି ଓ ଡଷ୍ଟବିନ୍ କୁ କାଟି କ୍ୟାମ୍ପସରେ ଚଢ଼େଇ ଓ ମାଙ୍କଡ଼ ମାନଙ୍କ ପାଇଁ ପାଣି ଭରିଦେଇଥିଲେ ଛାତ୍ରଛାତ୍ରୀ। ଏବର୍ଷ ମଧ୍ୟ ସେହିପରି କିଛି ପାଣିକୁଣ୍ଡ ସହ ମାଟି ପଥୁରିରେ ଶିକା କରି କ୍ୟାମ୍ପସ ପରିସରରେ ଝୁଲାଇଥିବା ଦେଖିବାକୁ ମିଳିଛି। ମହାବିଦ୍ୟାଳୟ ପାଇଁ ସବୁବେଳେ କିଛିନା କିଛି ପ୍ରୟାସ ନେଉଥିବା ଛାତ୍ର ପ୍ରତିନିଧି ରାହୁଲ୍ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ଓ ପୁନଃ ବ୍ୟବହାରକୁ ନେଇ ପରିଚାଳନା ଦିଗରେ ଉଦ୍ଦେଶ୍ୟ ଅଛି ବୋଲି ମତ ରଖିଛନ୍ତି।ଛାତ୍ରଛାତ୍ରୀ ଙ୍କ ଏଭଳି ପ୍ରୟାସକୁ ଦେଖି ମହାବିଦ୍ୟାଲୟକୁ ବୁଲିବାକୁ ଆସିଥିବା ବି ଏସ ପଣ୍ଡା (ପ୍ରଫେସର୍, ଆଇ ଆଇ ଟି ଦିଲ୍ଲୀ) ଆଗଭର ହୋଇ ଆସି ଦେଖିଥିଲେ ଓ ପ୍ରଶଂସା କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର୍ ରଞ୍ଜନ କୁମାର ସ୍ବାଇଁ ଛାତ୍ରଛାତ୍ରୀ ଙ୍କୁ ଆହୁରି ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇଥିଲେ ଓ ଏନ ଏସ ଏସ ଅଧ୍ୟାପକ ସଂଯୋଜକ ଅଧ୍ୟାପକ ଡ଼ ଚିତ୍ତରଞ୍ଜନ ମଲ୍ଲିକ ଙ୍କ ସମେତ ଡ଼ ସୌରଭ ଭୋଇ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିଥିଲେ। ବିଗତ ବର୍ଷ ଅଧ୍ୟାପକ ସାଗର ମୁର୍ମୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସେହିପରି ଏବର୍ଷ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସୁବର୍ଣ୍ଣବିନ୍ଦୁ ପାଣି,ପ୍ରୀୟଂଶୁ ପଟ୍ଟନାୟକ,ପବିତ୍ର ମୁରାରୀ ଦାସ, ଶୁଭମ୍,ସଞ୍ଜୀବ ସାହୁ,ସନ୍ଦୀପ ସାହୁ, ହ୍ରିତିକ୍,ଜୀବନ ଜ୍ୟୋତି ସାମନ୍ତ ସିଂହାର,ଅଭିଷେକ ପାଣିଗ୍ରାହୀ ଓ ସାଗର ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ।

LEAVE A REPLY

Please enter your comment!
Please enter your name here