ନୂଆଁଗଡ଼ ରେ ଆତ୍ମ ନିର୍ଭରଶୀଳ କୃଷକ ସ୍ଵର୍ଣ୍ଣିମ ଭାରତର ଗୌରବ କାର୍ଯ୍ୟକ୍ରମ ଅନୁଷ୍ଠିତ

0
160

ବ୍ରହ୍ମପୁର,୧୪/୦୫/୨୦୨୨ (ଟୁକୁନା ପ୍ରଧାନ)-: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ସ୍ଥିତ ଶ୍ରୀ ନିତାଇ ଗୌରାଙ୍ଗ ମନ୍ଦିର ସମ୍ମୁଖରେ ବ୍ରହ୍ମକୁମାରୀସ୍ ପ୍ରଭୁ ଉପହାର ରିଟ୍ରିଟ୍ ସେଣ୍ଟର ଗୋପାଳପୁର, ବ୍ରହ୍ମପୁର ପକ୍ଷରୁ ଆତ୍ମ ନିର୍ଭରଶୀଳ କୃଷକ ସ୍ଵର୍ଣ୍ଣିମ ଭାରତର ଗୌରବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ଯକ୍ରମରେ ଜୈବିକ ସାର ର ବ୍ୟବହାର ଏବଂ ପୁରାତନ ପଦ୍ଧତି ରେ ଚାଷ ର ଉପକାରିତା ଏବଂ ପୁରାତନ ପରମ୍ପରା,ରୀତିନୀତି, ରାସାୟନିକ ସାରର ଅପକାରୀତା ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ବ୍ରହ୍ମକୁମାରୀ ବବି ଭଉଣୀ, ଲିଲି ଭଉଣୀ , ନିଲୁ ଭଉଣୀ, ବ୍ରହ୍ମକୁମାର ବିପ୍ର ଚରଣ, ସଞ୍ଜୟ, ମିଥୁନ, ସରପଞ୍ଚ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ସେଠୀ, ଗ୍ରାମ୍ୟ କମିଟି ସଭାପତି ବିଷ୍ନୁ କେଶରୀ ପ୍ରଧାନ, ସମ୍ପାଦକ ଲକ୍ଷ୍ମୀ ପ୍ରଧାନ, ଆରତ ବେହେରା, ବିଭୂତି ପ୍ରଧାନ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here