କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ଅଭ୍ୟର୍ଥନା ସମାରୋହ ଅନୁଷ୍ଠିତ

0
271

ବ୍ରହ୍ମପୁର,୧୯/୦୫/୨୦୨୨:
ଆଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟରେ ନୁଆକରି ପ୍ରବେଶ କରିଥିବା ଛାତ୍ରଛାତ୍ରୀମାନଙ୍କ ସକାଶେ ଅଭ୍ୟର୍ଥନା ସମାରୋହ କାର୍ୟକ୍ରମ ଖୁବ୍ ଧୁମଧାମ୍ ରେ ପାଳିତ ହୋଇଯାଇଅଛି ।ଏହି ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରୋଫେସର ଗୀତାଞ୍ଜଳୀ ଦାଶ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଳାଙ୍ଗେ ସମ୍ମାନିତ ଅତିଥି ରୁପେ ଯୋଗଦାନ କରିଥିଲେ । ଉଭୟ ଆୟୁର୍ବେଦ ର ବଢୁଥିବା ଚାହିଦା ଉପରେ ଆଲୋକ ପ୍ରକାଶ କରିବା ସହ ରିସର୍ଚ୍ ମାଧ୍ୟମରେ ଏହି ବିଜ୍ଞାନକୁ ଆହୁରି ଆଗକୁ ନେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡା. ବିପିନ ବିହାରୀ ଖୁଣ୍ଟିଆ ସଭାପତିତ୍ବ କରି ପିଲା ମାନଙ୍କୁ ପାଠ ପଢିବା ସହ ଅନୁଷ୍ଠାନର ନୀତି ନିୟମ ବିଷୟରେ ଆଲୋକପାତ କରିଥିଲେ ଏବଂ ଡା. ବିମଳ କୁମାର ପଣ୍ଡା ଅନୁଷ୍ଠାନ ସମ୍ପର୍କରେ ଅବଗତ କରାଇଥିଲେ।ଏହି ଅବସରରେ ଡା. ସୁଢ଼ଳଦେବ ମହାପାତ୍ର ଏବଂ ଡା. ସଂଘମିତ୍ରା ଦାଶ ଙ୍କୁ ଅନନ୍ତ ବୈଦ୍ୟ, ଡା. ରବି ନାରାୟଣ ଆଚାର୍ଯ୍ୟ,ବ୍ରହ୍ମପୁର ମହାନଗର ନିଗମ କମିଶନର ଡା. ସିଦ୍ଦେଶ୍ବର ବଳୀରାମ ବୋନ୍ଧାର, ଏବଂ ଡାବର ଇଣ୍ଡିଆ ଲିମିଟେଡନକୁ ଅନନ୍ତମିତ୍ର ସନ୍ମାନରେ ସମ୍ମାନିତ କରାଯାଇଥିଲା । ଡା. ବିମଳ କୁମାର ପଣ୍ଡା ନକୁ ଅନନ୍ତ ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଏହି ସଭାରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ସକାଶେ ଏକ ଡା. କାମଦେବ ପାଢୀ ମେମୋରିଆଲ୍ ଆଓ୍ବାଡର ଘୋଷଣା ମଧ୍ୟ କରାଯାଇଥିଲା ।ଏହି କାର୍ୟକ୍ରମକୁ ଡା. ସ୍ବପ୍ନା ସ୍ବୟଂପ୍ରଭା ପରିଚାଳନା କରିଥିଲେ ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ଆୟୋଜନ କରାଯାଇଥିଲା । ଡ଼ଃ ଶିବ ପ୍ରସାଦ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here