ବିଶ୍ୱ କଇଁଛ ଦିବସ ପାଳିତ ଋଷିକୁଲ୍ୟା ମୁହାଣ କଇଁଛଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି l

0
192

ବ୍ରହ୍ମପୁର,୨୩/୦୫/୨୦୨୨:ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ବିରଳ ଅଲିଭ ରିଡେଲ ସାମୁଦ୍ରିକ କଇଁଛ ଙ୍କ ପାଇଁ ପୃଥିବୀ ରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି l ଫଳରେ ଏହା ଆମ ପାଇଁ ଗର୍ବ ଓ ଗୌରଵ ର ବିଷୟ ଅଟେ l ତେଣୁ ସେହି ବିରଳ ଜାତିର କଇଁଛ ଙ୍କ ସୁରକ୍ଷା ଆମ ସମସ୍ତ ଙ୍କ ଦାୟିତ୍ୱ ବୋଲି ବିଶ୍ୱ କଇଁଛ ଦିବସ ପାଳନ ଅବସରରେ ରେ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତ କଣ୍ଟିଆଗଡ଼ ନିକଟସ୍ଥ ପ୍ରସିଦ୍ଧ ବଟେଶ୍ୱର ପୀଠ କଲ୍ୟାଣୀ ମଣ୍ଡପ ଠାରେ ଋଷୁକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ଓ ପାଳିବନ୍ଦ ପଂଚାୟତ ପକ୍ଷରୁ ସୋମବାର ବିଶ୍ୱ କଇଁଛ ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଗଞ୍ଜାମ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ସନ୍ନମାନ୍ୱିତ ଅଥିତି ବିଡ଼ିଓ ବିଶ୍ୱଜିତ ରାୟ, ଅତିଥି ,ଭାବେ ଏସିଏଫ ଅଶୋକ କୁମାର ବେହେରା, ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ସରପଞ୍ଚ ସଂଯୁକ୍ତା ପ୍ରଧାନ, ଶିକ୍ଷାବିତ ବିଜୟ କୁମାର ବିଶ୍ୱାଳ, ବଟେଶ୍ୱର ମନ୍ଦିର ପରିଚାଳନା କମିଟି ସଭାପତି ପିତାମ୍ବର ସ୍ୱାଇଁ, ୟୁକୋ କ୍ଳବ ଜିଲ୍ଲା ସଂଯୋଜକ ଡ଼ଃ ଶଙ୍କର ନାରାୟଣ ବେଜ, ପୂର୍ବତନ ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ, ପୂର୍ବତନ ବ୍ଲକ ଅଧକ୍ଷ ସୁରଥ,ପାହାନ,କଇଁଛ ସୁରକ୍ଷା କମିଟି ସମ୍ପାଦକ ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ମଞ୍ଚସିନ ରହିଥିଲେ lକାର୍ଯ୍ୟକ୍ରମ କୁ ନାଏବ ସରପଞ୍ଚ କୃଷ୍ଣ ପ୍ରଧାନ ସଂଯୋଜନା କରିଥିଲେ l ଋଷୁକୁଲ୍ୟା ମୁଂହାଣ କଇଁଛଙ୍କ ଅଣ୍ଡାଦାନ ପାଇଁ ଏକ ପ୍ରକୃତ ସ୍ଥାନ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l ଏହି ଋଷୁକୁଲ୍ୟା ବେଳାଭୂମିରେ ପ୍ରତିବର୍ଷ ଗଣ ଅଣ୍ଡାଦାନ ଯୋଗୁ ଏହି ଅଂଚଳ ବିଶ୍ୱ ଦରବାରରେ ପରିଚିତ ହୋଇ ପାରିଛି l ବନ ବିଭାଗ ପକ୍ଷରୁ ଏହି ସାମୁଦ୍ରିକ କଇଁଛମାନଙ୍କ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିଥିବା ଯୋଗୁ ପୂର୍ବରୁ ଯେଉଁ କଇଁଛ ମାନେ ଅଣ୍ଡାରୁ ଫୁଟିବା ପରେ ଛୁଆ କଇଁଛ ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରୁଥିଲେ l କୁକୁର ବିଲୁଆ ଛୁଆ କଇଁଛଙ୍କୁ ଖାଇ ଯାଉଥିଲେ l ଏଥିସହ ବିଭିନ୍ନ ସମୟରେ ସୁରକ୍ଷା ଅଭାବରୁ କଇଁଛମାନେ ଚିଲ ଶାଗୁଣାଙ୍କ ଆହାର ପାଲଟୁ ଥିଲେ l ବର୍ତମାନ ରାଜ୍ୟ ସରକାର, ଏବଂ ଜିଲ୍ଲା ବନବିଭାଗ ପକ୍ଷରୁ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା କରିଛନ୍ତି l ଏଥିପାଇଁ କଇଁଛ ମାନେ ଋଷୁକୁଲ୍ୟା ବେଳାଭୂମି କୁ ଉଚିତ ସ୍ଥାନ ଭାବି ଏଠାରେ ଲକ୍ଷ ଲକ୍ଷ କଇଁଛ ଗଣ ଅଣ୍ଡାଦାନ କରୁଛନ୍ତି l ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ୫୦ ହଜାର ରୁ ଉର୍ଦ୍ଧ ଗଣ ଅଣ୍ଡାଦାନ କରିଛନ୍ତି l ଯାହାକି ଚଳିତ ବର୍ଷ ରେକର୍ଡ ସଂଖ୍ୟକ ବୋଲି ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଧର ପ୍ରଧାନ , ରଞ୍ଜିତ କୁମାର ପଳାଇ,ପବିତ୍ର ସ୍ୱାଇଁ, ଲକ୍ଷ୍ମଣ ପ୍ରଧାନ,ମାଗତା ବେହେରା ସମେତ ଅନ୍ୟ ମାନେ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here