ଭୀଷ୍ମଗିରି କଲେଜରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଆୟୋଜିତ ।

0
324

ବ୍ରହ୍ମପୁର, ୩୧/୦୫/୨୦୨୨: ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ରାମଜୀ ଡ଼ିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଶିବିର ବିଭାଗ ସୌଜନ୍ୟରୁ ଏକ ଯୁବ ସଂସ୍କାର କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ହଳଧର ଶବର କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ଶ୍ରୀ ବ୍ରଜ କିଶୋର ପାଢ଼ୀ, ପ୍ରାକ୍ତନ ଅଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ , ଏନ୍ ଏସ ଏସ୍ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ କର, ଆଲୁମିନି ସଭାପତି ଶ୍ରୀ ସୁନୀଲ କୁମାର ବିଷୋୟୀ, ଆଲୁମିନି ସମ୍ପାଦକ ଚନ୍ଦ୍ର ଶେଖର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରଘୁନାଥ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୋ କଲେଜ ଅଭିଯାନର କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷାର୍ଥୀଙ୍କୁ ଦେଶର ସୁନାଗରିକ ହେବା ସହ ଉତ୍ତମ ଚରିତ୍ର ଗଠନ ନିମନ୍ତେ ମଞ୍ଚାସୀନ ଅତିଥିଗଣ ନିଜନିଜ ଅଭିବ୍ୟକ୍ତିର ଅନୁପ୍ରାଣିତ କରିଥିଲେ ।ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ସଭା ଶେଷରେ ଅଧ୍ୟାପକ ଶ୍ରୀ ଦେବଦତ୍ତ ପଣ୍ଡା ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here