୫ -ଟି ସଚିବଙ୍କୁ ଭେଟି ସମିତିର ସାମଗ୍ରିକ ବିକାଶର ଆଲୋଚନା କଲେ ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ।

0
449

ସାନଖେମୁଣ୍ଡି, ୧୧/୦୬/୨୦୨୨:ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ -ଟି ସଚିବ ଭିକେ ପାଣ୍ଡିଆନଙ୍କ ସ୍ବତନ୍ତ୍ର ଡାକରା କ୍ରମରେ ସାନଖେମୁଣ୍ଡି ପଞ୍ଚାୟତ ସମିତିର ନବ ନିର୍ବାଚିତ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଏବଂ ଉପାଧ୍ୟକ୍ଷା ଶ୍ରୀମତୀ ପିଙ୍କି ନାୟକ ଭୁବନେଶ୍ୱରରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଆଲୋଚନାରେ ମାନ୍ୟବର ଫାଇବ ଟି ସଚିବ ଉଭୟଙ୍କ ସହ ବ୍ଲକ୍ ଅଞ୍ଚଳର ସାମଗ୍ରୀକ ବିକାଶ ନେଇ ପ୍ରଣୀତ ହୋଇଥିବା ସୁଦୂର ପ୍ରସାରି ଯୋଜନାର ରୂପରେଖ ନେଇ ତର୍ଜମା କରିଥିଲେ । ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନାର ସଫଳତାରେ ସମିତିର କାର୍ଯ୍ୟକାରିତା ଏବଂ ଦାୟିତ୍ୱବୋଧକୁ ନେଇ ଉଭୟଙ୍କ ସହ ଆଲୋଚନା କରିଥିଲେ । ଜଳ ଜମି ଜଙ୍ଗଲର ସୁରକ୍ଷା , ଶିକ୍ଷା ସ୍ବାସ୍ଥ୍ୟ ,ପାନୀୟ ଜଳ ଯୋଗାଣ , ଗମନାଗମନର ବ୍ୟବସ୍ତା ସହିତ କୃଷି ଓ କୃଷକ ସଶକ୍ତିକରଣ ଯୋଜନାର ରୂପରେଖ ,, ସହିତ ଅଞ୍ଚଳ ମହିଳାଙ୍କ ସ୍ୱାବଲମ୍ବନରେ ନିର୍ବାଚିତ ଜନ ପ୍ରତିନିଧି ଭାବେ ସର୍ବଜନ ହିତକର କାର୍ଯ୍ୟରେ ଜଡ଼ିତ କରାଇବାକୁ ଉଭୟଙ୍କୁ ଅନୁପ୍ରାଣିତ କରିଥିଲେ ।ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଉନ୍ନୟମୂଳକ କାର୍ଯ୍ଯ ଏବଂ ଏଥି ନେଇ ଉପୁଜିଥିବା ସମସ୍ୟାର ପୃଷ୍ଠଭୂମି ଜନିତ ଆଲୋଚନା କରିବା ସହିତ ଆପତ୍ତି ଅଭିଯୋଗ ରହିଲେ ବ୍ୟକ୍ତିଗତ ଭାବରେ ଜଣାଇବାକୁ ଅଭୟ ବାଣୀ ସହ ପରାମର୍ଶ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here