ଖେମୁଣ୍ଡି ଅଞ୍ଚଳରେ ବଢୁଛି ଅବାଧ ଗୋ ଚାଲାଣ । ପଦକ୍ଷେପ ପାଇଁ ଥାନା ସମ୍ମୁଖରେ ଧାରଣାରେ ବସି ଦାବିପତ୍ର ଦେଲେ କାର୍ଯ୍ୟକର୍ତ୍ତା

0
500

ବ୍ରହ୍ମପୁର,୦୪/୦୭/୨୦୨୨ :
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ବେଆଇନ ଗୋ ଚାଲଣକୁ ବିରୋଧ କରି ସ୍ଥାନୀୟ ହିନ୍ଦୁ ସଙ୍ଗଠନ ବଜରଙ୍ଗ ଦଳ ପକ୍ଷରୁ ଦିଗପହଣ୍ଡି ଥାନ ଆଇ. ଆଇ.ସି ଙ୍କୁ ଏକ ଦାବି ପତ୍ର ପ୍ରଦାନ କରଯାଇଛି । ବିଗତ ଅନେକ ଦିନ ହେଲା ଦିଗପହଣ୍ଡି ଅଞ୍ଚଳରେ ରାତା ରାତି ବେଆଇନ ଭାବରେ ଷଣ୍ଢ ଗୋରୁ ଚାଲାଣ ଚାଲିଛି । ଏହା ପଛରେ ଏକ ବଡ଼ ଧରଣର ରାକେଟ୍ କାମକରୁଛି । ଏହି ଭଳି ଚୋରା ଚାଲଣ ଡେଙ୍ଗାପଦର ଓ ଗୋକର୍ଣ୍ଣପୁରରୁ ଚିକିଟି ଦେଇ ଆନ୍ଦ୍ରପ୍ରଦେଶର କାଂଚିଲି ପର୍ଯ୍ୟନ୍ତ ଲମ୍ବିଥିବା ସଂଗୃହିତ ତଥ୍ୟ ଭିତ୍ତିକରେ ଜଣା ପଡ଼ିଛି । ଗତ କାଲି ଦିନ ଦ୍ବିପହରରେ ବୁଲା ଷଣ୍ଢ ଚୋରା ଚାଲାଣ ବେଳେ ଅନଙ୍ଗପୁର ଠାରେ ଗ୍ରାମବାସୀ ଓ ଜନୈକ ସାମ୍ବାଦିକ ଗାଡ଼ିଟିକୁ କାବୁ କରି ପୋଲିସକୁ ଜଣାଇଥିଲେ ଅଭିଯୁକ୍ତ ଜଣକ ଗୋକର୍ଣ୍ଣପୁରର ରାଜୁ ନାୟକ ବୋଲି ଆଇ ଆଇ ସି କହିଛନ୍ତି । ସେ ଚାଞ୍ଚଡପଲ୍ଲିରୁ ଷଣ୍ଢ ଟିକୁ ଚୋରାଇ ନେଉଥିବା ତଦନ୍ତରୁ ଜଣା ପଡ଼ିଛି । ଏହା ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବାର ଜଣାପଡ଼ିଛି । ଅଭିଯୁକ୍ତ ରାଜୁକୁ ଗିରଫ ମଧ୍ୟ କରଯାଇଛି । ଆଜି ହିନ୍ଦୁ ସଙ୍ଗଠନ ବଜରଙ୍ଗ ଦଳ ଓ କିଛି ବୁଦ୍ଧିଜୀବୀଙ୍କ ସହ ସ୍ଥାନୀୟ ସଚେତନ ନାଗରିକମାନେ ହିନ୍ଦୁ ଧର୍ମ ସଂସ୍କୃତି ଗୋମାତାଙ୍କ ସୁରକ୍ଷା ଦିଗରେ ଆଇ ଆଇ ସି ଙ୍କୁ ଅବଗତ କରାଇ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏଥିରେ ବଜରଙ୍ଗ ଦଳର ଜିଲ୍ଲା କାର୍ଯ୍ୟକର୍ତ୍ତା ଗୋୖତମ ମହାରଣା , ଵାଲକ୍ରିଷ୍ଣା ରେଡ଼ି , ଦିଗପହଣ୍ଡି ଅଞ୍ଚଳର ବିଶିଷ୍ଟ ସଂଗଠକ ତଥା ଓକିଲ ପରେଶ ରଥ , ପ୍ରହଲ୍ଲାଦ ଡାକୁଆ , ଦଣ୍ଡପାଣି ଦୋରା ପ୍ରମୁଖ ଶତାଧିକ କାର୍ଯକର୍ତ୍ତା ଦିଗପହଣ୍ଡି ଅଞ୍ଚଳରୁ ଗୋରୁଚାଲଣ ବନ୍ଦ କରାଯିବା ଦାବିରେ ଥାନା ସମ୍ମୁଖରେ ଧରଣା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here