ଭୁବନେଶ୍ବରରେ ଗଞ୍ଜାମ ବିକାଶ ମଞ୍ଚ ଗଠିତ

0
220

ବ୍ରହ୍ମପୁର , ୦୧/୦୮/୨୦୨୨ : ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଠାରେ ଜୀବନ ଜୀବିକା ନିର୍ବାହ କରି ବସବାସ କରୁଥିବା ଗଞ୍ଜାମବାସୀଙ୍କ ଉଦ୍ଧେଶ୍ୟରେ ରବିବାରରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନେଇ ଆଇନଜୀବି ରାମକୃଷ୍ଣ ପାଢୀ ଓ ବରୁଣ କୁମାର ପାଢ଼ୀଙ୍କ ପ୍ରତ୍ୟେକ୍ଷ ସଂଯୋଜନା ରେ ଗଞ୍ଜାମ ବିକାଶ ମଞ୍ଚର ଗଠନ କରାଯାଇଅଛି । ଆଜି ଆୟୋଜିତ ମଞ୍ଚ ର ପ୍ରଥମ ବୈଠକ ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ଏସ୍ପ୍ଲାଣ୍ଡେ ମଲ୍ କନଫରେନ୍ସ ହଲରେ ମଞ୍ଚର ଆବାହକ ଭୁବନେଶ୍ୱରରେ ରହୁଥିବା ଗଞ୍ଜାମ ବାସିନ୍ଦା ଏବଂ ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ ଏହି ମଞ୍ଚ କରିବା ନେଇ ଆଶାବ୍ୟକ୍ତ କରିଛନ୍ତି। ଗଠିତ ଏହି ମଞ୍ଚ ଗଞ୍ଜାମ ଜିଲ୍ଲାର ସାମାଜିକ ଭାବଧାରା, ସଂସ୍କୃତି , ପରମ୍ପରା ଓ ସ୍ବାଭିମାନକୁ ବିକାଶର ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସହାୟକ ହେବା ନେଇ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ସମସ୍ତ ଗଞ୍ଜାମ ବାସୀଙ୍କୁ ଏହି ମଞ୍ଚରେ ଯୋଡିବା ପାଇଁ ଆହ୍ବାନ ଦେବା ସହ ଆଗାମୀ ଦିନରେ ଗଞ୍ଜାମବାସୀଙ୍କ କଲ୍ୟାଣ ଓ ଗଞ୍ଜାମ ଜିଲ୍ଲାର ବିକାଶ ଚିନ୍ତାଧାରାକୁ ନେଇ ଅନେକ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ସର୍ବ ସହମତିରେ ନିର୍ଦ୍ଧାରଣ କରାଯାଇଅଛି । ଆଜିର ଆୟୋଜିତ ଏହି ପ୍ରଥମ ବୈଠକରେ ଶ୍ରୀ ଆର୍ତ୍ତ ପାଢୀ ଖାଦ୍ୟ ପାନୀୟ ବ୍ୟବସ୍ଥା କରିଥିବା ବେଳେ ଯୋଗେନ୍ଦ୍ର ସ୍ୱାଇଁ , ପାଣ୍ଡବ ବେହେରା, ଲକ୍ଷ୍ମୀ ନାରାୟଣ ରଥ, ଗିରିଜା ଶଙ୍କର ସାହୁ, ଶ୍ରୀ ଶଙ୍କର ରଥ, ଜଗଦୀଶ ବିଷୋୟୀ , ବିପିନ ପ୍ରଧାନ, ଭଗବାନ ପଟ୍ଟନାୟକ, ବଣ୍ଟି ପଟ୍ଟନାୟକ, ସୁରେଶ ଚନ୍ଦ୍ର ବେହେରା , ସୁର୍ଯ୍ୟ ନାରାୟଣ ସତପଥି, ହିମାଂଶୁ ଶେଖର ପାତ୍ର, ଏମ. କ୍ରିଷ୍ଣା ମୁର୍ତ୍ତି ରେଡ୍ଡୀ , ମନୋଜ କୁମାର ମିଶ୍ର, ଦିବାକର ଦୋରା ପ୍ରମୁଖ ଯୋଗଦେଇ ଗଞ୍ଜାମ ବିକାଶ ମଞ୍ଚର ପ୍ରସାର ଓ ବିସ୍ତାର ନେଇ ନିଜ ନିଜର ମତ ବ୍ୟକ୍ତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here