ଅଙ୍ଗାରଗାଁ ପଞ୍ଚାୟତରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

0
127

ବ୍ରହ୍ମପୁର, ୦୩/୦୮/୨୦୨୨ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ପରିସରରେ ଆଜି ଇକୋସ୍ ଚକ୍ଷୁ ଚିକିତ୍ସାଳୟ,
ବ୍ରହ୍ମପୁର ଏବଂ ଅଙ୍ଗାରଗାଁ ପଞ୍ଚାୟତ କାର୍ଯ୍ୟାଳୟ, ଜୀବନଦୁତୀ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ମିଳିତ ସହଯୋଗରେ ପଞ୍ଚାୟତ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରରେ ମୋଟ ୪୫ ଜଣ ଚକ୍ଷୁ ପରୀକ୍ଷା କରିଥିବା ବେଳେ ୨୭ ଜଣ ଙ୍କୁ ଅପରେସନ ପାଇଁ ବ୍ରହ୍ମପୁର ନିଆଯାଇଛି । ଏଥିରେ ଡଃ ହରିଶ୍ ଚନ୍ଦ୍ର ସାହୁ, ଜି. ବିନୋଦ ଯୋଗଦେଇ ଚକ୍ଷୁ ପରୀକ୍ଷା କରିଥିବା ବେଳେ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ସେଠୀ, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ, ପିଇଓ ସୁଦୂରୁ ସାହୁ, ଶ୍ରୀକାନ୍ତ ସୁମନ୍ତରାୟ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ, ଅଙ୍ଗାରଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ଭୂୟାଁ, ନାୟବ ସରପଞ୍ଚ ଅଭିମନ୍ୟୁ ମହାପାତ୍ର, ସନ୍ତୋଷ କୁମାର ସାହୁ, ପଦ୍ମ ଚରଣ ଭୂୟାଁ,
ଜି ଆର୍ ଏସ୍ କମଳ କାନ୍ତ ମୁଦୁଲି, ପିଅନ କୃଷ୍ଣ ଚନ୍ଦ୍ର ଡାକୁଆ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here